ଘରକୁ ଫେରିଲେ ନାବାଳକ ଶ୍ରମିକ, କାମ ଦେବାକୁ କହି ନେଇଯାଇଥିଲେ ତାମିଲନାଡୁ

Published By : Prameya-News7 Bureau | December 16, 2020 IST

କେନ୍ଦ୍ରାପଡା ୧୬।୧୨: ଶେଷରେ ଘରକୁ ଫେରିଲେ ନାବାଳକ ପ୍ରବାସୀ ଶ୍ରମିକ । ଦୀର୍ଘ ୪ ମାସ ଧରି ନିର୍ଯାତନାର ଶିକାର ହେବା ପରେ ବୁଧବାର ଭୋରୁ ଗାଁରେ ପହଞ୍ଚିଛନ୍ତି କେନ୍ଦ୍ରାପଡ଼ା ନିକିରାଇ ଥାନା ଅନ୍ତର୍ଗତ ଉଚ୍ଚରପଡା ଗାଁର ବବୁଲ, ତୁଷାର, ସୋମନାଥ ଓ ସରତ । ଗତ ସେପ୍ଟେମ୍ବର ମାସରେ ଏମାନଙ୍କୁ ଭୁବନେଶ୍ବରରେ କାମ ଦେବାକୁ କହି ନେଇଯାଇଥିଲା ଠିକାଦାର ।

କିନ୍ତୁ ଚତୁରତାର ସହିତ ଭୁବନେଶ୍ବର ପରିବର୍ତ୍ତେ ନେଇଯାଇଥିଲା ତାମିଲନାଡୁ । ସେଠାରେ ପେପର୍ ମିଲ୍ ରେ ବିନା ମଜୁରିରେ କାମ କରାଇଥିଲା । ପ୍ରତିବାଦ କରିବାରୁ ମାଡଗାଳି ମଧ୍ୟ ଖାଇବାକୁ ପଡିଥିଲା । ଏ ନେଇ ନିକଟରେ ନ୍ୟୁଜ୍ ସେଭେନରେ ଖବର ପ୍ରସାରଣ ମଧ୍ୟ ହୋଇଥିଲା । ତେବେ ସମ୍ପୃକ୍ତ ସଂସ୍ଥା ତାଙ୍କୁ ବୁଧବାର ଭୁବନେଶ୍ଵର ଛାଡି ଦେଇ ପଳାଇଯାଇଥିଲା । ଏମାନେ ଘରେ ପହଁଞ୍ଚିବା ପରେ ପରିବାର ଆଶ୍ବସ୍ତ ହୋଇଛନ୍ତି ସତ କିନ୍ତୁ ଦେହରେ ଥିବା ନିର୍ଯାତନାର ଚିହ୍ନ ଆଖିରେ ଲୁହ ଭରି ଦେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.