ନିଖୋଜ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର; ୮ଦିନ ହେଲା ନିଖୋଜ ଥିଲେ ନାବାଳକ, ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ କଲେ ପରିବାରଲୋକେ

Published By : Prameya-News7 Bureau | January 20, 2019 IST

ନୟାଗଡ ୨୦/୧ :ଗତ ୧୨ ତାରିଖରେ ନୟାଗଡ ନିକଟସ୍ଥ କରଡାମଣି ଗାଁର ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି | ମୄତ ନାବାଳକ ହେଲେ କାହ୍ନୁ ନାୟକ | ସେ ନବଘନପୁର ହାଇସ୍କୁଲରେ ୧୦ ଶ୍ରେଣୀ ପଢୁଥିଲେ । ଆଜି ଗାଁ ପାଖରେ ଥିବା ଏକ ନାଳକଡ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । କାହ୍ନୁଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି |

ଆଜି ସକାଳେ ମାଛ ଧରିବାକୁ ଯାଇଥିବା ଜଣେ ଗ୍ରାମବାସୀ କାହ୍ନୁଙ୍କ ମୃତଦେହ ଗଛରେ ଝୁଲୁଥିବା ପ୍ରଥମେ ଦେଖିଥିଲେ | ମୃତଦେହ ଝୁଲୁଥିବା ଦେଖି ସଂଗେସଂଗେ ପୋଲିସକୁ ଏବଂ କାହ୍ନୁଙ୍କ ଘରଲୋକଙ୍କୁ ଖବର ଦେଇଥିଲେ | ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା | ଘଟଣା ପ୍ରଘଟ ହେବାପରେ ଘଟଣାସ୍ଥଳରେ ଗ୍ରାମବାସୀଙ୍କ ଭିଡ ଜମିଥିଲା | ନୟାଗଡ ଟାଉନ ଥାନା ପୋଲିସ ଘଟଣାର ତଦନ୍ତ କରୁଛି |ମୃତ କାହ୍ନୁଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି ।


କାହ୍ନୁଙ୍କୁ ହତ୍ୟା କରି ସେଠାରେ ଟାଙ୍ଗି ଦେଇଥିବା ପାରିପାର୍ଶିକ ସ୍ଥିତିରୁ ଜଣାପଡୁଛି | ତେବେ କାହିଁକି ଏସବୁ ଘଟଣା ଘଟିଲା ତାହା ପରିବାର ଲୋକେ କହିପାରୁନାହାନ୍ତି କି ପୋଲିସ ମଧ୍ୟ କହିପାରୁନାହିଁ | ତେବେ ପରିବାରଲୋକଙ୍କ କାହା ସହିତ କିଛି ଶତ୍ରୁତା ନଥିବା କହିଛନ୍ତି |

{"id":76065}


ସୂଚନାଯୋଗ୍ୟ ଯେ, ମାଟ୍ରିକ ପରୀକ୍ଷା ପାଇଁ କାହ୍ନୁ ଫର୍ମ ଫିଲପ କରିଥିଲେ | ତାଙ୍କର କାହା ସହ ଶତ୍ରୁତା ଥିଲା କି ନଥିଲା ତାହା ପରିବାର ଲୋକେ ସ୍ପଷ୍ଟ କରିପାରୁନାହାନ୍ତି | ମୃତକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି | ତାଙ୍କ ମୁହଁରୁ ମଧ୍ୟ ରକ୍ତ ବାହାରୁଥିଲା | ପରିବାରଲୋକେ କାହ୍ନୁ ଅପହରଣ ହୋଇଥିବା ନେଇ ପୋଲିସରେ ଏତଲା ଦେବାପରେ ପୋଲିସ ଗାଁ ଆଖପାଖ ଅଂଚଳରେ ନିଖୋଜ ଥିବା ନେଇ ପୋଷ୍ଟର ମାରିଥିଲା | ତେବେ ପରିବାରଲୋକେ ଅଭିଯୋଗ କରିଛନ୍ତି ଯେ, ପୋଲିସ ପୋଷ୍ଟର ମାରିବା ପରେ ଅପହରଣକାରୀମାନେ କାହ୍ନୁକୁ ହତ୍ୟା କରି ସେଠାରେ ଟାଙ୍ଗି ଦେଇଛନ୍ତି | ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖରେ ଏକ ଖବର ମିଳିଥିଲା ଯେ, ନିକଟସ୍ଥ ଭାଟସାହି ଗାଁରେ କାହ୍ନୁଙ୍କୁ କିଛି ଲୋକ ବାନ୍ଧି ରଖିଛନ୍ତି । ପରିବର ଲୋକ ଭାଟ ସାହି ଯାଇଥିଲେ ମଧ୍ୟ ସେଠାରେ କାହ୍ନୁକୁ ପାଇନଥିଲେ ।


ପ୍ରାଥମିକ ତଦନ୍ତରୁ ପୋଲିସ କହିଛି ଯେ, କାହ୍ନୁର ମୃତଦେହ ଯେଉଁଭଳି ଜାଗାରୁ ମିଳିଛି ସେହିଭଳି ଜାଗାକୁ ଜଣେ ଛୋଟପିଲା ଯିବା ସମ୍ଭବ ନୁହେଁ | ତେଣୁ ପୋଲିସ ମଧ୍ୟ ସନ୍ଦେହ କରୁଛି ଯେ, ନାବାଳକଙ୍କୁ ହତ୍ୟା କରାଯାଇଥିବ | ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.