ଖୋର୍ଦ୍ଧା ବେଗୁନିଆ ଥାନା ବରିଛଳ ଗାଁରେ ଜଣେ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା
Published By : Prameya-News7 Bureau | September 15, 2018 IST
ଖୋର୍ଦ୍ଧା ୧୪/୦୯: ଖୋର୍ଦ୍ଧା ବେଗୁନିଆ ଥାନା ବରିଛଳ ଗାଁରେ ଜଣେ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା । ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ପୋଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନେଉଥିବା ବେଳେ ପୋଲିସ ଭ୍ୟାନ୍ ସହ ମୃତଦେହକୁ ଅଟକ ରଖିଛନ୍ତି ଲୋକେ । ତେବେ ପୋଲିସ ନାଁରେ ଗ୍ରାମବାସୀ ଆଣିଛନ୍ତି ଅଭିଯୋଗ । ମୃତକଙ୍କ ପରିବାରକୁ ପୋଲିସ ଲାଞ୍ଚ ମାଗିବା ଅଭିଯୋଗ ହୋଇଛି । ସ୍ଥାନୀୟ ବରିଛକରେ ପୋଲିସକୁ ଅଟକ ରଖିଛନ୍ତି ଗାଁ ଲୋକେ ।