ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31/01/2023 at 11:10 PM

ଫୁଲବାଣୀ ୩୧/୦୧: ଟିଉସନ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଜାଣି ଆତ୍ମହତ୍ୟା କଲେ ନାବାଳିକା ଛାତ୍ରୀ। ଏଭଳି ଅଭାବନୀୟ ଦୃଶ୍ୟ କନ୍ଧମାଳ ଜିଲ୍ଲା ଜି. ଉଦୟଗିରୀ ଅଞ୍ଚଳରେ ଦେଖିବାକୁ ମିଳିଛି।
ଖବର ଅନୁସାରେ, ଜି. ଉଦୟଗିରିର ଏଗାର ନମ୍ବର ୱାର୍ଡରେ ରହୁଥିବା ଟ୍ୟୁସନ ଶିକ୍ଷକ ବଦ୍ରି ପ୍ରସାଦ ସ୍ୱାଇଁ ମାନସିକ ଚାପରେ ରହି ଆତ୍ମହତ୍ୟା କରିଥିଲେl ଫଳରେ ଏହି ଘଟଣାକୁ ସହଜରେ ଗ୍ରହଣ କରିପାରିନଥିଲେ ନାବାଳିକା ଛାତ୍ରୀ ସୁରଥୀ ସାହୁ (୧୬)। ବଦ୍ରିନାରାୟଣଙ୍କ ମୃତ୍ୟୁରେ ଦୁଃଖିତ ହୋଇ ମଙ୍ଗଳବାର ବେକରେ ଓଢ଼ଣି ଦେଇ ସାହାଜ୍ୟ ଜୀବନ ହାରିଛନ୍ତି।
ଏହା ଜାଣି ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି l ଏନେଇ ପୋଲିସ ଅଭିଯୋଗ ନମ୍ୱର ୫/ ୨୩ରେ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିବା ଏଏସଆଇ ଅନନ୍ତ ପ୍ରଧାନ କହିଛନ୍ତି l ନାବାଳିକା ଛାତ୍ରୀ ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l