କନ୍ଧମାଳରେ ୩ୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ପରେ ନିର୍ମମ ହତ୍ୟା

Published By : Prameya-News7 Bureau | September 23, 2018 IST

କନ୍ଧମାଳ ୨୩/୯ : କନ୍ଧମାଳରେ ନାବାଳିକାକୁ ଦୁଷ୍କର୍ମ ପରେ ନିର୍ମମ ହତ୍ୟା କରାଯାଇଛି । କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅଂଚଳରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା । ଶନିବାର ସଂଧ୍ୟାରେ କୋଟଗଡ ନିକଟସ୍ଥ ହାତକଟା ନାଳକଡରୁ ନାବାଳିକାର ମୃତଦେହ ମିଳିବା ପରେ ଉତ୍ତେଜନା ଲାଗି ରହିଛି । ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି । କୋଟଗଡରେ ଦୋକାନ ବଜାର, ଗାଡିମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । କାଲି ଜଣେ ୩ୟ ଶ୍ରେଣୀ ଛାତ୍ରୀ ହାତକଟା ନାଳକୁ ଶୌଚ ପାଇଁ ଯାଇ ଆଉ ଫେରିନଥିଲା । ପରିବାର ଓ ସାହି ପଡିଶା ବହୁତ ଖୋଜାଖୋଜି କରିବା ପରେ ନିକଟସ୍ଥ ନାଳରେ ନାବାଳିକାର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ଥାନାରେ ଏତଲା ଦେଇଥିଲେ । ସେପଟେ ପୋଲିସ ଗଗନ ପ୍ରଧାନ ନାମକ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତକୁ କୋଠର ଦଣ୍ଡବିଧାନ ସହ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ଲୋକେ । ସେହିଭଳି ଏହି ଅଞ୍ଚଳରେ ଥିବା ମଦ ଦୋକାନକୁ ବନ୍ଦ କରିବାକୁ ଦାବି କରିଛନ୍ତି । କ୍ଷତିପୂରଣ ଓ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । ହାଟପଦା ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.