ରାଉରକେଲାରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

Published By : Prameya-News7 Bureau | August 10, 2018 IST

ସୁନ୍ଦରଗଡ଼ ୧୦/୮ : ପୁଣି ଲଜ୍ଜା | ରାଜ୍ୟରେ ଥମୁନି ଦୁଷ୍କର୍ମ | ପୁଣି ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି | ଖବର ଆସିଛି ରାଉରକେଲାରୁ | ରାଉରକେଲା ବିଶ୍ରା ଥାନା ରତାଖଣ୍ଡେଇ ଜଙ୍ଗଲରେ ଦୁଷ୍କର୍ମ ହୋଇଛି | ପ୍ରେମିକ ତାର ସହଯୋଗୀ ସହ ମିଶି ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହେଉଛି | ତେବେ ଏନେଇ ପରିବାର ପକ୍ଷରୁ ବିଶ୍ରା ଥାନାରେ ଏତଲା ଦିଆଯାଇଛି | ପ୍ରେମିକ କବୀର ଖାନ ସହ ସହଯୋଗୀ ନାଁରେ ଥାନାରେ ଏତଲା ଦାୟର କରିଛନ୍ତି ପରିବାର ଲୋକେ | ଡାକ୍ତରୀ ମାଇନା ପାଇଁ ନାବାଳିକାକୁ ସ୍ଥାନୀୟ ମେଡିକାଲକୁ ପଠାଯାଇଛି | ନାବାଳିକା ଜଣଙ୍କ ବନ୍ଧମୁଣ୍ଡା ଅଞ୍ଚଳର ବୋଲି ଜଣାପଡିଛି | ଗତକାଲି ପ୍ରେମିକ ସହ ଜଙ୍ଗଲକୁ ବୁଲିବାକୁ ଯାଇଥିବା ବେଳେ ଘଟିଛି ଘଟଣା | ତେବେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.