ନାବାଳିକାଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ନିର୍ଯାତନା ସହି ନପାରି ଘରୁ ପଳାଇ ଯାଇଥିଲେ

Published By : Prameya-News7 Bureau | June 01, 2023 IST

ଜଳେଶ୍ବର ୧।୬: ୧୫ବର୍ଷର ନାବାଳିକାଙ୍କୁ ଉଦ୍ଧାର କଲା ଜିଲ୍ଲା ଚାଇଲ୍ଡ ଲାଇନ୍ ।  ନିର୍ଯାତନା ସହି ନପାରି ଘରୁ ପଳାଇ ଯାଇଥିଲେ ନାବାଳିକା ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବଳବୋଧି ଗ୍ରାମର ଜଣେ ୧୫ ବର୍ଷର ନାବାଳିକାଙ୍କୁ ତାଙ୍କ ବାପା, ଜେଜେବାପା ଓ ସାବତ ମା’ ଅତ୍ୟଧିକ ଶାରୀରିକ, ମାନସିକ ନିର୍ଯାତନା ଦେବାରୁ ସେ ଘର ଛାଡି ଚାଲିଯାଇଥିଲେ । ସେହି ଗ୍ରାମର ତାର ମାଉସୀ ଘରକୁ ପଳାଇ ଆସିଥିଲା । ଏକଥା ଜାଣିବା ପରେ  ତାଙ୍କ ବାପା, ଜେଜେବାପା ଦୁଇ ଜଣ ଆସି ମାଉସୀ ଘରେ ପହଞ୍ଚି କାହିଁକି ଘରୁ ପଳେଇ ଆସିଲୁ ବୋଲି କହିଥିଲେ । ବିଚ୍ ରାସ୍ତାରେ ନିର୍ଧୁମ ମାଡ଼ ମାରିଥିଲେ । ଘରକୁ ଗଲେ ମାରି ଦେବାକୁ ଧମକ ଦେବା ପରେ ନାବାଳିକା ଘରକୁ ନ ଯାଇ ସେହି ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରେ ଆଶ୍ରୟ ନେଇଥିଲେ ।

ଖବର ପାଇ ବାଲିଆପାଳ ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ରାଜେନ୍ଦ୍ର ରଣାଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଚାଇଲ୍ଡ ଲାଇନ ଦାୟିତ୍ୱରେ ଥିବା ପ୍ରଶାନ୍ତ ରାଉତଙ୍କ ତତ୍ୱାବଧାନରେ ଏକ ଟିମ୍ ବସ୍ତା ପୋଲିସ ସହାୟତାରେ  ନାବାଳିକାକୁ ଉଦ୍ଧାର କରିଛି । ଜିଲ୍ଲା ଶିଶୁ ମଙ୍ଗଳଙ୍କୁ ଜଣାଇ ପିଲାର ଯତ୍ନ ସୁରକ୍ଷା ନିମନ୍ତେ ଥଇଥାନ କରିଛନ୍ତି । ଉଦ୍ଧାର ସମୟରେ ଚାଇଲ୍ଡ ଲାଇନ ବାଲେଶ୍ୱର ସବ୍ ସେଣ୍ଟର ଟିମ୍ ମେମ୍ବର ସ୍ୱପ୍ନାରାଣୀ ଜେନା, ରମେଶ ଚନ୍ଦ୍ର ପ୍ରଧାନ, ଉତ୍ତମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

You Can Read :

wp:embed {"url":"https://www.prameyanews7.com/agnikanda-in-chhendipada-medical/","type":"wp-embed","providerNameSlug":"prameya-news-7"}
https://www.prameyanews7.com/agnikanda-in-chhendipada-medical/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.