୭ବର୍ଷ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
13/05/2018 at 10:09 AM

ବାଲେଶ୍ୱର ସୋରୋ ଥାନା ଅନନ୍ତପୁର ପଂଚାୟତ ପୁରୁଷୋତ୍ତମପୁରରେ ନାବାଳିକାକୁ ସେହି ଗାଁର ଜଟିଆ ମାଲିକଙ୍କ ପୁଅ ମନୀନ୍ଦ୍ର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି | ଗାଁରେ ବିବାହ ପ୍ରସେସନ ଚାଲିଥିବା ବେଳେ ମନୀନ୍ଦ୍ର ନାବାଳିକାକୁ ନିକଟସ୍ଥ ବିଲକୁ ଡ଼ାକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି | ଏନେଇ ନାବାଳିକାଙ୍କ ମା ଥାନାରେ ଅଭିଯୋଗ କରିଛନ୍ତି | ପୋଲିସ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଛି |