ଭିକ୍ଷାବୃତ୍ତି କରୁଥିବା ନାବାଳିକାକୁ ଦୁଷ୍କର୍ମ

Published By : Prameya-News7 Bureau | May 27, 2018 IST

ଭିକ୍ଷାବୃତ୍ତି କରୁଥିବା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ | କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ବଡମୂଳବସନ୍ତ ଅଂଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା | ୧୧ ବର୍ଷର କେଳା ସମ୍ପ୍ରଦାୟର ଜଣେ ନାବାଳିକା ଭିକ୍ଷାବୃତ୍ତି କରିବାକୁ ଯାଇଥିବା ବେଳେ ସେହି ଗାଁର ୭୫ ବର୍ଷୀୟ ବିଷ୍ଣୁ ଦାସ ତାଙ୍କୁ ଖାଇବାକୁ ଦେବା ବାହାନାରେ ଘର ଭିତରକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି | ନାବାଳିକାର ପାଟି ଶୁଣି ପଡୋଶୀ ଆସି ତାକୁ ସେଠାରୁ ଉଦ୍ଧାର କରିଥିଲେ | ଏ ନେଇ ଥାନାରେ ନାବାଳିକା ପରିବାର ତରଫରୁ ଲିଖିତ ଅଭିଯୋଗ ପରେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.