ପୁଣି ନାବାଳିକାକୁ ଟେକି ନେଇ ଦୁଷ୍କର୍ମ : ନା ମାନେ ନା
19/06/2018 at 9:43 AM

ପୁଣି ଲଜ୍ଜା । ପ୍ରତି ଦିନ କେଉଠି ନା କେଉଠି ଦୁଷ୍କର୍ମର ଶୀକାର ହେଉଛନ୍ତି କୋମଳମତି ନାବାଳିକା । ଏଥର ଏଭଳି ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ଅଂଚଳରେ । ବସରୁ ଓହ୍ଲାଇ ଘରକୁ ଯିବା ବେଳେ, ଜଣେ ୧୪ ବର୍ଷିୟା ନାବାଳିକାକୁ ଟେକିନେଇ ଦୁଷ୍କର୍ମ ଅଭିଯୋଗ । ଅଭିଯୋଗ ପରେ ବଡ଼ବିଲ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି । ସେପଟେ ପୀଡ଼ତା ନାବାଳିକାର ଡାକ୍ତରୀ ମାଇନା କରାଇଛି ପୋଲିସ । ରବିବାର ଦିନ ପିଡ଼ିତା ନାବାଳିକା ଜଣକ ବଡ଼ବିଲରେ ପଡିଥିବା ମୀନା ବଜାର ମେଳା ଓ ସର୍କସ ଦେଖି ସାରିବା ପରେ ଏକ ବସ୍ ଯୋଗେ ଯାଇ ଭଦ୍ରାସାହି ଛକରେ ଓହ୍ଲାଇଥିଲେ । ସେଠାରୁ ରାତି ପ୍ରାୟ ସାଢ଼େ ୯ ଟା ସମୟରେ ସେ ଏକାକି ଚାଲିଚାଲି ଯିବା ସମୟରେ ୪ ଜଣ ଯୁବକ ବଳ ପୂର୍ବକ ଟେକି ନେଇଥିଲେ ନିଛାଟିଆ ସ୍ଥାନକୁ । ସେଠାରେ ଜଣେ ଯୁବକ ନାବାଳିକା ସହ ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ତା ଅଭିଯୋଗ କରିଛନ୍ତି । ଏନେଇ ଆଜି ବଡ଼ବିଲ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତୁରନ୍ତ ଆକସନକୁ ଆସିଥିଲା ।