ବଡ଼ବିଲରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ; ଅଭିଯୁକ୍ତ ଗିରଫ
7/10/2018 at 3:41 PM

କେନ୍ଦୁଝର ୭/୧୦ : ବଡ଼ବିଲରେ ଜଣେ ୧୨ ବର୍ଷିୟା ଆଦିବାସି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ୍ କରିଛି । ଗିରଫ୍ ଅଭିଯୁକ୍ତ ହେଉଛି ବଡ଼ବିଲ ସେଡିଂ ବସ୍ତି ଅଂଚଳର ଗଦା ସିଂ । ଗତ ୪ ତାରିଖ ରାତି ପ୍ରାୟ ୧୦ ଟା ବେଳେ ଅଭିଯୁକ୍ତ ଗଦା ପିଡ଼ୀତା ନାବାଳିକାକୁ ନିକଟସ୍ଥ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲା । ଏ ନେଇ ଗତକାଲି ପିଡ଼ୀତା ପରିବାର ପକ୍ଷରୁ ବଡ଼ବିଲ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଆଜି ପୀଡିତା ଓ ଅଭିଯୁକ୍ତର ଡାକ୍ତରୀ ମାଇନା କରାଇବା ପରେ କୋର୍ଟ ଚାଲାଣ କରିଛି ।
Related Posts
ବନ ବିଭାଗ ଓ ପୋଲିସର ମିଳିତ ଚଢ଼ଉ; କଲରାପତରିଆ ବାଘଛାଲ ଜବତ
1 February 2023