ଚକୋଲେଟ୍ ଦେବାକୁ କହି ନାବାଳିକାଙ୍କୁ ଯୁବକଙ୍କ ଦୁଷ୍କର୍ମ ଅଭିଯୋଗ
19/08/2019 at 2:31 PM

ବାଲେଶ୍ବର ୧୯|୮: ଚକୋଲେଟ୍ ଦେବାକୁ କହି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ବାଲେଶ୍ବର ଜିଲ୍ଲା ସିଙ୍ଗଡା ଥାନା ଅନ୍ତର୍ଗତ କୋରୁଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଭିଯୋଗ ପରେ ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସିଙ୍ଗଡା ଥାନା କୋରୁଆ ଗାଁରେ ଗତ ଶୁକ୍ରବାର ଦିନ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଚକୋଲେଟ୍ ଦେବା ବାହାନାରେ ଡାକି ନେଇ ପଡୋଶୀ ଯୁବକ ଦୁଷ୍କର୍ମ କରିଛନ୍ତି । ଏନେଇ ଥାନାରେ ନାବାଳିକାଙ୍କ ଜେଜେ ବାପା ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
Related Posts
ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢିବ ବର୍ଷା
1 July 2022