suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦୁଷ୍କର୍ମ ପରେ ନାବାଳିକାକୁ ଜିଅନ୍ତା ଜାଳି ଦେଲେ କାମୁକ : ନା ମାନେ ନା

5/05/2018 at 10:59 AM

ପୁଣି ଗଣଦୁଷ୍କର୍ମର ଶିକାର ହୋଇଛି ୧୬ବର୍ଷିୟ ନାବାଳିକା
ଲୋମଟାଙ୍କୁରା ଖବର ଆସିଛି ଝାରଖଣ୍ଡରୁ | ୧୬ବର୍ଷିୟ ନାବାଳିକାକୁ ଗାନ ବଳାତ୍କାର ପରେ ଘର ଲୋକଙ୍କ ଆଗରେ ଜାଳି ଦେଇଛନ୍ତି ଦୁର୍ବୁର୍ତ୍ତ | ନାବାଳିକାଙ୍କ ପରିବାର ଲୋକ ଏକ ବିବାହ ଭୋଜିକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ କାମୁକମାନେ ନାବାଳିକାକୁ ଘରୁ ଅପହରଣ କରି ନେଇଥିଲେ | ଅପହରଣ କରି ଦୁଷ୍କର୍ମ କରିଥିଲେ ୪ଜଣ ଯୁବକ | ଏନେଇ ପଂଚାୟତ ମୁଖିଆଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇଥିଲେ ପୀଡିତାଙ୍କ ବାପା | ପଂଚାୟତ ବୈଠକରେ ୫୦ ହଜାର ଟଙ୍କା କ୍ଷତି ପୂରଣ ଶହେ ଥର ଉଠ ବାସ ହେବାକୁ ଅଭିଯୁକ୍ତକୁ ନିର୍ଦେଶ ଦିଆଯାଇଥିଲା | ତେବେ ପ୍ରତିଶୋଧ ପରାୟଣ ହୋଇପଡିଥିଲେ ଅଭିଯୁକ୍ତ | ପଂଚାୟତ ପରେ ପୀଡ଼ିତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ନିସ୍ତୁକ ମାଡ ମାରିଥିଲେ କାମୁକ | ଏହା ପରେ ଘର ଲୋକଙ୍କ ଆଗରେ ପୀଡିତାଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ ଦୁର୍ବୁର୍ତ୍ତ | ଘଟଣାସ୍ଥଳରେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା | ଏ ନେଇ ପୀଡ଼ିତାଙ୍କ ପରିବାର ଥାନାରେ ଏତଲା ଦେଇଛନ୍ତି | ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ମାନେ ଫେରାର ହୋଇଯାଇଛନ୍ତି | ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଜାରି ରଖିଛି ପୋଲିସ |

Leave a Reply

   Related Posts