ଜଙ୍ଗଲକୁ ଟେକିନେଇ ୯ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

Published By : Prameya-News7 Bureau | July 21, 2019 IST

ଉମରକୋଟ ୨୧|୭: ନାବାଳିକାକୁ ଜୋରଜବରଦସ୍ତ ଜଙ୍ଗଲକୁ ଟେକିନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ କରିବା ପରେ ଯୁବକ ଜଣଙ୍କ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ନବରଙ୍ଗପୁର ଜିଲ୍ଲା ଏକୋମ୍ବା  ଗାଁରେ ଏଭଳି ଘଟଣା ଘଟିଛି ।  

{"id":135975}

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା  ଝରିଗାଁ  ବ୍ଲକ୍  ଏକୋମ୍ବା ଅଞ୍ଚଳରେ  ଜଣେ  ନବମ ଶ୍ରେଣୀ ଛାତ୍ରୀଙ୍କୁ ଜୋରଜବରଦସ୍ତ  ଜଙ୍ଗଲକୁ  ଟେକିନେଇ  ଦୁଷ୍କର୍ମ କରାଯାଇଥିବା ଅଭିଯୋଗ  ହୋଇଛି ।  ଅଭିଯୋଗ ଅନୁସାରେ ପୀଡିତା  ନାବାଳିକା  ଚାନ୍ଦାହାଣ୍ଡି  ଅଂଚଳରେ  ଏକ  ଆଶ୍ରମ  ବିଦ୍ୟାଳୟରେ  ନବମ ଶ୍ରେଣୀରେ ପଢୁଥିଲେ । ଦେହ  ଖରାପ  ହେବାରୁ  ଏକୋମ୍ବା  ଅଂଚଳ ସ୍ଥିତ ନିଜ  ଘରକୁ  ଆସିଥିଲେ । ଗତ ୧୬ ତାରିଖ  ଦିନ  ରାତି  ସମୟରେ  ସେ  ପରିସ୍ରା  ଯିବାପାଇଁ  ଘରୁ ବାହାରିବା  ସମୟରେ  ସେହି  ଅଂଚଳର ଜଣେ ଯୁବକ ଏକ ବାଇକ୍ ରେ  ଆସି  ଜୋର ଜବରଦସ୍ତ ପାଖରେ  ଥିବା  ନୀଳଗିରି  ଜଙ୍ଗଲକୁ ଟେକିନେଇ  ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ କରିବା ପରେ କାହା ଆଗରେ ଘଟଣା ସଂପର୍କରେ ପ୍ରକାଶ ନକରିବାକୁ ଯୁବକ ଜଣଙ୍କ ଧମକ ମଧ୍ୟ ଦେଇଥିଲେ । ପୀଡିତା ଜଣକ ଏକଥା  ପରିବାର ଲୋକଙ୍କୁ ଜଣାଇବା ପରେ ସଂପୃକ୍ତ ଯୁବକଙ୍କୁ  ଯୋଗାଯୋଗ  କରିବାରୁ  ସେ  ବହୁତ  ଗାଳି  ଗୁଲଜ  କରିଥିଲା  । ଏ  ନେଇ  ସ୍ଥାନୀୟ  ସମାଜସେବୀ  ହାରାବତୀ  ଗଣ୍ଡଙ୍କୁ  ନାବାଳିକା  ପରିବାର  ଯୋଗାଯୋଗ କରିବାରୁ ଉମରକୋଟ  ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଘଟଣା ପରେ ସଂପୃକ୍ତ ଯୁବକ ଫେରାର ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.