ନାବାଳିକାକୁ ଦୁଷ୍କର୍ମ ! ଅଭିଯୁକ୍ତକୁ କଠୋର ଦଣ୍ଡ ଦାବି : ନା ମାନେ ନା
16/04/2018 at 9:19 AM

୪ବର୍ଷର ନିଷ୍ପାପ ଶିଶୁକୁ ଚକଲେଟ ଲୋଭ ଦେଖାଇ ଦୁଷ୍କର୍ମ
ଲୋମହର୍ଷଣକାରୀ ଘଟଣା ଘଟିଛି ବାଲେଶ୍ୱର ନୀଳଗିରି ଥାନା ହାଟସାହି ଗାଁରେ
ଶୁକ୍ରବାର ଶିଶୁଟି ଖେଳୁଥିବା ବେଳେ ଚକଲେଟ ଲୋଭ ଦେଖାଇ ଡାକି ନେଇ ଦୁଷ୍କର୍ମ କରିଥିଲା ସେହି ଗାଁର ରବୀନ୍ଦ୍ର ଜେନାଙ୍କ ପୁଅ ନିତ୍ୟାନନ୍ଦ
ଗୁରୁତର ଅବସ୍ଥାରେ ଶିଶୁଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା
ଘଟଣା ପରେ ନ୍ୟାୟ ପାଇଁ ପୀଡିତାଙ୍କ ପରିବାର ଥାନାର ଦ୍ୱାରସ୍ଥ ହେଇଥିଲେ
ହେଲେ ରାଜନୈତିକ ଚାପ ଯୋଗୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହେଇଛି
ପୋଲିସ ତଦନ୍ତ ଜାରି ରହିଛି, ଯୁବକ ଫେରାର ଅଛି
ସୋରୋ ଖେରଣ ଗାଁରେ ୧୦ ବର୍ଷର ଯୁବତୀକୁ ଦୁଷ୍କର୍ମ କରିଛି ଗାଁର ବିବାହିତା ଯୁବକ ଶ୍ୟାମ ଖୁଣ୍ଟିଆ
ରବିବାର ଝିଅଟି ମନ୍ଦିରରୁ ଭୋଗ ନେଇ ଫେରୁଥିବା ବେଳେ ନାବାଳିକାକୁ ଏକ ଶୁଖିଲା ପୋଖରୀକୁ ଡ଼ାକିନେଇ ଦୁଷ୍କର୍ମ କରିଥିଲା
ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି
ଅଭିଯୁକ୍ତକୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ଦେବାକୁ ଦାବି ହୋଇଛି