ବ୍ଲାକମେଲିଂ କରି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ : ୩ମାସ ଧରି ଡରାଇ ରଖିଥିଲା ଅଭିଯୁକ୍ତ

Published By : Prameya-News7 Bureau | December 04, 2019 IST

ଭଦ୍ରକ ୪/୧୨: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି l ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଭାଇରାଲ କରିବା ଧମକ ଦେଇ ବାରମ୍ବାର ଦୁଷ୍କର୍ମ ଅଭିଯୋଗ ହୋଇଛି l ଦିନେ ନୁହଁ କି ଦୁଇଦିନ ନୁହଁ ଦୀର୍ଘ ୩ମାସ ଧରି ବ୍ଲାକମେଲିଂ କରି ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ l ଅଭିଯୁକ୍ତ ନାବାଳିକାଙ୍କୁ ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ଦୁଷ୍କର୍ମ କରିବା ସହ ପରିବାର ଲୋକଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ଆସୁଥିଲା l ଅଭିଯୁକ୍ତର ନାଁ ବିଚିତ୍ର ମାଝୀ। ପୋଲିସ୍ ବିଚିତ୍ରକୁ ଗିରଫ କରିଛି

ଧୂଷୁରୀ ପୋଲିସ  ଏନେଇ ତଦନ୍ତ ଆରମ୍ଭ କରିଛି l ଅଭିଯୁକ୍ତର ସାନଭାଇ ଓ ବଡ ଭାଇକୁ ଧୂଷୁରୀ ଥାନାରେ ଅଟକ ରଖାଯାଇଛି l ବିଳମ୍ବିତ ରାତିରେ ମା ଓ ନାବାଳିକା ଝିଅ ଆସି ଥାନା ର ଦ୍ବାରସ୍ଥ ହୋଇଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.