ପୁଣି ଢେଙ୍କାନାଳରେ ଜଣେ ନାବାଳିକା ଛାତ୍ରୀ ହେଲେ ଗର୍ଭବତୀ

Published By : Prameya-News7 Bureau | January 18, 2019 IST

ଢେଙ୍କାନାଳ ୧୮|୧: ପୁଣି ଜଣେ ନାବାଳିକା ଛାତ୍ରୀ ହେଲେ ଗର୍ଭବତୀ । ଢ଼େଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ଆଶ୍ରମ ସ୍କୁଲରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଖବର ସାମ୍ନାକୁ ଆସିଛି । ଛାତ୍ରୀ ଜଣଙ୍କ ଗର୍ଭବତୀ ହୋଇଥିବା ନେଇ ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ପରେ ଘଟଣା ସାମ୍ନାକୁ ଆସିଛି ।  ଡିଇଓଙ୍କ ନିକଟରେ ଏହି ଘଟଣା ସଂପର୍କରେ  ଅଭିଯୋଗ କରିଛନ୍ତି ପ୍ରଧାନ ଶିକ୍ଷକ। ଡିଇଓ ଏବଂ ପୋଲିସ ବିଦ୍ୟାଳୟରେ ପହଁଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।

{"id":75306}

କନ୍ଧମାଳ ଦାରିଙ୍ଗବାଡିର ଗ୍ରୀନବାଡି ଆଶ୍ରମ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ କରିଥିବା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଏବେ ଆହୁରି ତିନୋଟି ସ୍ଥାନରୁ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି । ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍ କଳିଙ୍ଗ ନଗର ଥାନା ବାଘୁଆପାଳ ଗାଁରେ ଅନୁରୂପ ଘଟଣା ଘଟିଥିବା ଜଣାପଡିଛି । ଜଣେ ୧୪ବର୍ଷର ନାବାଳିକା କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ସେହିପରି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ନର୍ଲାଠାରେ ଅନୁରୂପ ଘଟଣା ସାମ୍ନାକୁ ଆସିଥିଲା । ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନ୍ତଃସତ୍ତ୍ବା ଥିବ‌ା ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ପୁଣି ଢେଙ୍କାନାଳରେ ପୁଣି ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ଖବର ମିଳିଛି । ତେବେ ଏଭଳି ଘଟଣାକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.