ଟ୍ୟୁସନ୍ କରିବାକୁ ଯାଇ ୪ ମାସର ଗର୍ଭବତୀ ୧୨ ବର୍ଷର ନାବାଳିକା ! ଅଭିଯୁକ୍ତ ଅଟକ
1/04/2023 at 4:39 PM

ଟାଙ୍ଗୀ ୧।୪: ୧୨ ବର୍ଷର ନାବାଳିକା ୪ ମାସର ଗର୍ଭବତୀ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଧିନସ୍ଥ ପରବଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପିଡୀତାଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛି ନାଚୁଣୀ ଥାନା ପୋଲିସ ।
ଅଭିଯୁକ୍ତ ଜଣକ ହେଉଛନ୍ତି ପରବଳ ଗାଁର ସଂଗ୍ରାମ ସୁବୁଦ୍ଧି । ପିଡୀତା ନାବାଳିକା ଜଣଙ୍କ ସେହି ଗ୍ରାମର । ପିଡୀତା ନାବାଳିକା ଜଣଙ୍କ ଅଭିଯୁକ୍ତ ସଂଗ୍ରାମ ସୁବୁଦ୍ଧିଙ୍କ ଘରକୁ ଟ୍ୟୁସନ୍ କରିବା ପାଇଁ ଯାଉଥିଲା । ଉଭୟଙ୍କ ଡାକ୍ତରୀ ମାଇନା ପରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
Related Posts
ଗଛକୁ ଧକ୍କା ଦେଲା ବାଇକ୍; ଚାଳକ ମୃତ
29 May 2023