ପୁଣି ଲଜ୍ଜା ; କଳାହାଣ୍ଡିରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

Published By : Prameya-News7 Bureau | January 18, 2019 IST

ନର୍ଲା ୧୮|୧: କନ୍ଧମାଳ ଦାରିଙ୍ଗବାଡି ଏବଂ ଯାଜପୁରରେ ନାବାଳିକା ପ୍ରସବ କରିବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଥମୁନଥିବା ବେଳେ ଏବେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ନର୍ଲାଠାରେ ଅନୁରୂପ ଘଟଣା ସାମ୍ନାକୁ ଆସିଛି । ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବ‌ା ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ମଧ୍ୟ‌ ଜଣାଯାଇଛି। ଏ ନେଇ ସ୍କୁଲ କର୍ତ୍ତୃପକ୍ଷ କୌଣସି ଲିଖିତ ଏତଲା କିମ୍ବା ପରିବାର ପକ୍ଷରୁ ନର୍ଲ। ଥାନାରେ ଏତଲା ଦିଆଯାଇ ନଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ଏକ ଟିମ୍ ଘଟଣାର ତଦନ୍ତ ଜାରି ରଖିଛନ୍ତି । ଘଟଣା ନେଇ ପୋଲିସ କହିଛି ଖବର ପାଇଛୁ ଓ ତଦନ୍ତ ପାଇଁ ଜଣେ ଅଧିକାରୀଙ୍କୁ ଡାକ୍ତରଖାନାକୁ ପଠାଯାଇଛି ।

{"id":75210}

ସୂଚନା ଅନୁସାରେ ଛାତ୍ରୀ ଜଣକ ବାହାର ରାଜ୍ୟର । ସେ ଛାତ୍ରୀନିବାସରେ ରହି ପାଠପଢୁଥିଲେ। ଗତ ୧୪ତାରିଖରେ ଅତ୍ୟନ୍ତ ରକ୍ତସ୍ରାବ ପାଇଁ ପ୍ରଥମେ ତାଙ୍କୁ ନର୍ଲ। ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଭବାନୀପାଟଣା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଭବାନୀପାଟଣା ମେଡିକାଲରେ ଛାତ୍ରୀ ଜଣଙ୍କ ଗର୍ଭବତୀ ଥିବା ଜଣାପଡିଥିଲା । ଏକଥା ଜଣାପଡିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନର୍ଲ। ଥାନାରେ ଏତଲା ଦିଆଯାଇଛି । ଘଟଣାର ତଦନ୍ତ ଜାରି ରହିଛି । ତେବେ ଏଥିପାଇଁ କିଏ ଦାୟୀ ସେ ବିଷୟରେ ତଦନ୍ତ ଜାରି ରହିଛି । ସଂପୃକ୍ତ ଛାତ୍ରୀଙ୍କ ପରିବାର ପହଞ୍ଚିବା ପରେ ତାଙ୍କୁ ବୁର୍ଲ। ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.