ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

Published By : Prameya-News7 Bureau | August 02, 2018 IST

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ବାଲେଶ୍ବର ଖନ୍ତପଡା ଥାନା କରଞ୍ଜବିନ୍ଧା ଗାଁର ଜଣେ ନାବାଳିକାକୁ ଗତ ୨୮ତାରିଖ ଦିନ ଗୋପାଳପୁର କଲେଜ ଗେଟ୍ ସମ୍ମୁଖରୁ ଅପହରଣ କରିନେଇଥିଲା ଅଭିଯୁକ୍ତ । ଅଭିଯୁକ୍ତ କାହ୍ନୁ ଜେନାର ଘର ସୋର ଥାନା ଆଙ୍କୁଳି ଗାଁରେ । କାହ୍ନୁ ଜେନା ବିବାହିତ । ନାବାଳିକାକୁ ଅପହରଣ କରି ସୋର ଅଞ୍ଚଳର ବିଭିନ୍ନ ସ୍ଥାନରେ ରଖି ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ କାହ୍ନୁ । ନାବାଳିକାର ବାପାଙ୍କ ଅଭିଯୋଗ ପରେ ଗୋପାଳପୁର ପୁଲିସ ପୀଡିତାଙ୍କୁ ବଡଗାଁରୁ ଉଦ୍ଧାର କରିଛି । ଅଭିଯୁକ୍ତ କାହ୍ନୁ ଫେରାର ହୋଇଯାଇଛି ।ବର୍ତ୍ତମାନ ପୁଲିସ ଏ ଘଟଣାରେ ଅଧିକ ଖୋଳତାଡ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.