ପ୍ରେମପାଇଁ ବଳିପଡ଼ିଲା ନାବାଳିକା , ଘରେ ହତ୍ୟାକରି ଫ୍ୟାନରେ ଟାଙ୍ଗିଦେଲେ ନାବାଳକ ପ୍ରେମିକ

Published By : Prameya-News7 Bureau | January 23, 2019 IST

ଜୀରଡ଼ିହା ୨୩/୧- ପ୍ରେମପାଇଁ ବଳିପଡ଼ିଲା ନାବାଳିକା  । ଘରକୁ ଡ଼ାକିନେଇ ହତ୍ୟାକଲା ନାବାଳକ ପ୍ରେମିକ । ହତ୍ୟାପରେ ଫ୍ୟାନରେ ଝୁଲାଇ ଆତ୍ମହତ୍ୟାର ରୂପଦେବା ବେଳକୁ ନାବାଳିକାଙ୍କ ପରିବାର ତରଫରୁ ଥାନାରେ ହୋଇଛି ଏହିଭଳି ହତ୍ୟା ଅଭିଯୋଗ ।

ସରେଇକଳା ଅଂଚଳରେ ମୁଡ଼ୁକୁମ ପଂଚାୟତ ଜିରାଡ଼ିହା ଗାଁର ଘଟଣା  । ନାବାଳିକା ପ୍ରେମିକାକୁ ଘରକୁ ଡ଼ାକିନେଇ ନାବାଳକ ପ୍ରେମିକ କରିଛି ହତ୍ୟା । ଏହି ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପଦେବାକୁ ଯାଇ ନାବାଳକ ପ୍ରେମିକ ପଡ଼ିଛି ହରଡ଼ଘଣାରେ ।

ସୋମବାର ଦିନ ନାବାଳିକା ସାଙ୍ଗଘରକୁ ଯାଉଛି ବୋଲି କହି ଘରୁ ଆସିଥିଲା । ସଂଧ୍ୟାହେବା ପର୍ଯ୍ୟନ୍ତ ଫେରି ନଥିବାରୁ ଘର ଲୋକ ଖୋଜାଖୋଜି କରିଥିଲେ । କିନ୍ତୁ  ସଂଧ୍ୟାବେଳକୁ ନାବାଳିକାଙ୍କ ଘରକୁ ଫୋନ ଆସିଥିଲା । ତାଙ୍କ ଝିଅ ଆତ୍ମହତ୍ୟା କରିଥିବା କଥା ଅଭିଯୁକ୍ତ ନାବାଳକର ବଡ଼ ଭଉଣୀ ଫୋନରେ କହିଥିଲା । ଏହି ଖବର ଶୁଣି ନାବାଳିକାଙ୍କ ଘରୁ ଆସି ପୁଅଘର ପାଖରେ ପହଂଚିଥିଲେ । କିନ୍ତୁ ନାବାଳିକା ତଳେ ପଡ଼ିଥିବାର ଦେଖିଥିଲେ  ଓ ତା ପାଟିରୁ କିଛି ତରଳ ପଦାର୍ଥ ମଧ୍ୟ ବାହାରୁଥିବାରୁ ବଡ଼ ଭଉଣୀ ଥାନାରେ ଅଭିଯୋଗରେ ଆଣିଛନ୍ତି ।

ନାବାଳିକା ଓ ଅଭିଯୁକ୍ତ ନାବାଳକ ଉଭୟ ଗୋଟିଏ କୋଚିଂ ସେଣ୍ଟରରେ ପଢ଼ୁଥିବା ବେଳେ ତାଙ୍କ ଭିତରେ ପ୍ରେମ ସଂପର୍କ ତିଆରି ହୋଇଥିଲା ।  ପ୍ରେମ ସଂପର୍କକୁ ନେଇ ନାବାଳକ ନିଜଘରେ ଏବାବଦରେ କହିଥିଲା । ନାବାଳକଙ୍କ ପରିବାର ଲୋକ ଏହି ପ୍ରେମ ସଂପର୍କକୁ ସମର୍ଥନ କରୁ ନଥିଲେ । ନାବାଳିକାକୁ ଘରେ ଡ଼ାକି ମାରିଦେବାର ଯୋଜନା କରିଥିବା କଥା ନାବାଳକ ଥାନାରେ ଅଭିଯୋଗ ଆଣିଛନ୍ତି । ଏହି ହତ୍ୟାକାଣ୍ଡ ସହ ତା ବଡ଼ ଭଉଣୀ ସଂପୃକ୍ତ ଥିବା କଥା ନାବାଳକ ପ୍ରକାଶ କରିଛି ।

ନାବାଳିକାଙ୍କୁ ହତ୍ୟା କରିବା ପଛରେ ନାବାଳକର ବଡ଼ ଭଉଣୀ ସଂପୂର୍ଣ୍ଣ ଦାୟୀ ବୋଲି ମୃତ ନାବାଳିକା ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି । ଏହି ହତ୍ୟାକାଣ୍ଡରେ ନାବାଳକ ସହିତ ତାଙ୍କ ଭଉଣୀକୁ ଗିରଫ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.