scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଦ୍ୟୁତ ଆଘାତରେ ନାବାଳିକାଙ୍କ ମୃତ୍ୟୁ, ବିଦ୍ୟୁତ ବିଭାଗର ଅବହେଳା ଅଭିଯୋଗ

31/05/2023 at 6:04 PM

ପଟାଙ୍ଗୀ ୩୧।୫: ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ନାବାଳିକାଙ୍କ ଜୀବନ ଗଲା । ପୋଲ ଖମ୍ବରେ ଲାଗିରହିଥିବା ଷ୍ଟେ ଓ୍ବେୟାରଟି ମାଟିରେ ପୋତିବା ସ୍ଥାନରେ ଗଛରେ ବନ୍ଧା ଯାଇଥିବା ଯୋଗୁଁ ନାବାଳିକାଙ୍କ ମୃତ୍ୟୁ ଘଟିଛି । କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ପୁକାଲି ଦରାସାହିରେ ଘଟିଛି ଏଭଳି ଅଘଟଣ ।

୧୨ ବର୍ଷର ନାବାଳିକା ସନ୍ଧ୍ୟା ହନ୍ତାଳ ଖେଳୁଥିବା ସମୟରେ ଯାଇ ଗଛରେ ବନ୍ଧା ହୋଇଥିବା ଷ୍ଟେ ଓ୍ବେୟାରଟିକୁ ଛୁଇଁ ଦେଇଥିଲା । ସେଥିରେ ବିଦ୍ୟୁତ ରହିଥିବା ଯୋଗୁଁ ସେଥିରେ ସେ ଲାଗି ରହିଯାଇଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରି ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେବାପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଝିଅର ମୃତ୍ୟୁ ପରେ ପରିବାରରେ ଶୋକର ଲହରୀ ଖେଳିଯାଇଛି ।

You Can Read :

   Related Posts