ଲିଫ୍ଟ ଦେବାକୁ କହି ନାବାଳିକାଙ୍କୁ ଅସାଦାଚରଣ

Published By : Prameya-News7 Bureau | September 04, 2018 IST

ଭଣ୍ଡାରିପୋଖରୀ ୪/୯ : ନାବାଳିକାଙ୍କୁ ବାଇକରେ ଲିଫ୍ଟ ଦେବାକୁ କହି ଜଣେ ଯୁବକ ଅସାଦାଚରଣ ଅଭିଯୋଗ କରିଛନ୍ତି ଯୁବତୀ | ନାବାଳିକା ଜଣକ ବାଇକରୁ ଡେଇଁ ପଡି ଆହତ ଆହତ ହୋଇଛନ୍ତି | ଭଦ୍ରକ ଜିଲ୍ଲା ଧାମନଗର ଥାନାରେ ଏ ନେଇ ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି | ନାବାଳିକା ଜଣକ ରାତିରେ ଧାମନଗର ଛକରୁ ଘରକୁ ଫେରୁଥିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ଘରେ ଛାଡି ଦେବାକୁ କହି ବାଇକରେ ଲିଫ୍ଟ ଦେଇଥିଲେ | ବାଇକରେ ଯିବା ସମୟରେ ଦୁଇଜଣ ନାବାଳିକାଙ୍କୁ ଅସାଦାଚରଣ କରିଥିଲେ | ନାବାଳିକା ଜଣକ ରାସ୍ତାରେ ପେଟ୍ରୋଲ ଟାଙ୍କି ଦେଖି ବାଇକରୁ ଡେଇଁ ପଡିଥିଲେ | ପରେ ନାବାଳିକାଙ୍କୁ ଆହତ ଅବସ୍ଥାରେ ପେଟ୍ରୋଲ ଟାଙ୍କିରେ ଥିବା ଜଣେ ବ୍ୟକ୍ତି ଉଦ୍ଧାର କରି ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ | ଅଭିଯୁକ୍ତ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ | ନାବାଳିକାଙ୍କ ଘର ଲୋକେ ଥାନାରେ ଅଭିଯୋଗ ପରେ ଧାମନଗର ପୋଲିସ ଘଟଣାର ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.