ମକର ମେଳା ବୁଲି ଫେରିବା ବେଳେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

Published By : Prameya-News7 Bureau | January 15, 2019 IST

ଭଣ୍ଡାରୀପୋଖରୀ ୧୫|୧: ମକର ମେଳା ବୁଲି ଫେରିବା ବେଳେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ । ଏପରିକି ୨ ଜଣ ଅସାମାଜିକ ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଥିରେ ଯୁବତୀ ଓ ତାଙ୍କ ଭିଣୋଇ ଆହତ ହୋଇଛନ୍ତି । ଜଣେ ଯୁବକକୁ ସ୍ଥାନୀୟ ଲୋକେ କାବୁ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇ।ଯାଇଛି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଂଚଳରେ । ଯୁବତୀ ଜଣକ ନିଜ ଭିଣୋଇଙ୍କ ସହ ମକର ମେଳା ଦେଖିବାକୁ ଚେକାପଥରକୁ ଯାଇଥିଲେ । ମେଳା ଦେଖି ଫେରିବା ବେଳେ କେନାଲ ଛକ ନିକଟରେ ପିରିପୁର ଗାଁର ଦୁଇ ଜଣ  ଯୁବକ ବାଇକରେ ଆସି ଯୁବତୀ ଓ ତାଙ୍କ ଭିଣୋଇକୁ ଅଟକାଇଥିଲେ । ଯୁବତୀ ପଳାଇଯାଉଥିବା ବେଳେ ଯୁବକ ଦୁଇ ଜଣ ଅଟକାଇ ଟଣା ଘୋଷରା କରିଥିବା ଅଭିଯୋଗ ହୋଇଛି । ଯୁବତୀଙ୍କ ଭିଣୋଇ ଅଟକାଇବାରୁ ଯୁବକ ମାନେ ତାଙ୍କୁ ମଧ୍ୟ ମାଡ ମାରିଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଜଣେ ଅଭିଯୁକ୍ତକୁ କାବୁ କରି ଭଣ୍ଡାରିପୋଖରୀ ପୋଲିସର ଜିମା ଦେଇଛନ୍ତି । ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.