suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୧୫ ଦିନ ହେଲା ସୁଧାରଗୃହରୁ ନିଖୋଜ ନାବାଳିକା

1/05/2018 at 5:26 AM

୧୫ ଦିନ ହେଲା ସୁଧାରଗୃହରୁ ନିଖୋଜ ଥିବା ନାବାଳିକା ଝିଅର ସନ୍ଧାନ ପାଇଁ ଥାନା ଠାରୁ ଆରମ୍ଭକରି ସବୁ ଅଧିକାରୀଙ୍କୁ ଗୁହାରୀ କରି ଥକି ପଡିଲେଣି ବାପା ମା । ଝିଅର କୈ।ଣସି ସନ୍ଧାନ ମିଳୁନାହିଁ । ଝିଅକୁ ମାରି ଦିଆଯାଇଥିବା ପରିବାର ଲୋକ ସନ୍ଦେହ କରୁଥିବା ବଳେ ଉଦ୍ଧାର ପାଇଁ ସମସ୍ତ ଚେଷ୍ଟା କରାଯାଉଥିବା ନୟାଗଡ ଜିଲ୍ଲା ଶିଶୁ ସୂରକ୍ଷା ଅଧିକାରୀ କହିଛନ୍ତି ।

ନାବାଳିକା ଝିଅକୁ ଖୋଜିଖୋଜି ବାପାମାଙ୍କ ଆଖିରୁ ଲୁହ ଶୁଖୁନି । ଝିଅ ବଞ୍ଚିଛି କି ତାକୁ ମାରି ଦିଆଯାଇଛି ସେ ସନ୍ଦେହରେ ଥାନାଠାରୁ ଅଫିସ ପର୍ଯ୍ୟନ୍ତ ସବୁଠିକୁ ଦୈ।ଡୁଛନ୍ତି ହଲେ କୈ।ଣସି ଉତ୍ତର ମିଳୁନାହିଁ । ନୟାଗଡ ଜିଲ୍ଲା ଫତେଗଡ ଥାନା ଦୁବପଲ୍ଲି ଗଁ।ର ରବି ନାୟକ ଭୂବନେଶ୍ବରରେ କାମ କରନ୍ତି । ତାଙ୍କ ପରିବାର ଲୋକ ଗଁ।ରେ ରୁହନ୍ତି । ତାଙ୍କର ୧୪ ବର୍ଷର ନାବାଳିକା ଝିଅକୁ ଗତମାସ ୨୮ ତାରିଖରେ ଗଞାମ ଜିଲ୍ଲା ଜିରାବାଡି ଗଁ।ର ପ୍ରସନ୍ନ ନାୟକ ଏବଂ ତାର ପରିବାର ଲୋକ ଘରେ ପଶି ଉଠାଇନେଇଥିଲେ । ଏ ସମ୍ପର୍କରେ ରବିଙ୍କ ସ୍ତ୍ରୀ ନରି ଫତେଗଡ ଥାନାରେ ଅଭିଯୋଗ କରିବା ପରେ ପୋଲିସ ନାବାଳିକାକୁ ଉଦ୍ଧାର କରିବା ସହ ପ୍ରସନ୍ନକୁ ଗିରଫ କରି ଜେଲ୍ ପଠାଇଥିଲା । ନାବାଳିକାକୁ ନୟାଗଡ ସହରରେ ଥିବା ତପସ୍ୟା ନାମକ ଏକ ସୁଧାର ଗୃହରେ ରଖାଯାଇଥିଲା । ତବେ ନାବାଳିକା ଜଣକ ୭ ତାରିଖରୁ ସେଠାରୁ କେଉଆଡେ ନିଖୋଜ ହୋଇଯାଇଛି । ଏ ସମ୍ପର୍କରେ ଜାଣିବା ପରେ ନାବାଳିକାର ଘରଲୋକ ଝିଅକୁ ଖୋଜିବା ପାଇଁ ଜିରାବାଡି ଯାଇଥିଲେ ହଲେ ପ୍ରସନ୍ନଙ୍କ ପରିବାର ଲୋକ ସେମାନଙ୍କୁ ମାରଧର କରିବାରୁ ସେମାନେ ପେରିଆସି ନୟାଗଡ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ହଲେ ପୋଲିସ ଏପର୍ଯ୍ୟନ୍ତ ଝିଅକୁ ଖୋଜି ବାହାର କରିବାରେ ସଫଳ ହୋଇନାହିଁ । କେହି ତାଙ୍କ ଗୁହାରୀ ଶୁଣୁନଥିବା ରବି ଏବଂ ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ତାଙ୍କ ଝିଅକୁତୁରନ୍ତ ଖୋଜି ବାହାର କରିବାକୁ ପରିବାର ଲୋକ ଦାବି କରିଛନ୍ତି ।

ସେପଟେ ସୁଧାର ଗୃହର ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଜିଲ୍ଲା ଶିଶୁ ସୂରକ୍ଷା ଅଧିକାରୀ ସ୍ବୀକାର କରିଛନ୍ତି । ତବେ ନିଖୋଜ ସମ୍ପର୍କରେ ଉଭୟ ସୁଧାର ଗୃହ ଏବଂ ଚାଇଲ୍ଡଲାଇନ୍ ତରଫରୁ ଶିଶୁ କିଶୋର ନ୍ୟାୟ ନିୟମ ଅନୂଯାୟୀ ଥାନାରେ ଏତଲା ଦିଆଯାଇଥିବା ସେ କହିଛନ୍ତି । ପୋଲିସ ତାର କାର୍ଯ୍ୟ କରୁଛି ଏବଂ ଅତିଶିଘ୍ର ସମସ୍ତଙ୍କ ସହଯୋଗରେ ନାବାଳିକାକୁ ଉଦ୍ଧାର କରାଯିବ ବୋଲି ସେ କହିଛନ୍ତି |

Leave a Reply

   Related Posts