ନାବାଳିକା ଦାଦାପୁଅ ଦ୍ଵାରା ଦୁଷ୍କର୍ମରେ ଶିକାର, ବାପା-ମାଆ ମରିଗଲା ପରେ ଦାଦା-ଖୁଡ଼ୀଙ୍କ ପାଖରେ ରହୁଥିଲା ନାବାଳିକା

Published By : Prameya-News7 Bureau | January 23, 2019 IST

ହିସାର ୨୩/୧- ବାପା-ମାଆ ସିନା ମରିଗଲେ ହେଲେ ଦାଦା-ଖୁଡ଼ୀ ତ ଥିଲେ । ଦାଦା-ଖୁଡ଼ୀଙ୍କ ପାଖରେ ମଧ୍ୟ ସୁରକ୍ଷିତ ରହିଲାନି ନାବାଳିକା । ଶେଷରେ ନିଜ ଦାଦା ପୁଅ ଦ୍ଵାରା ହେଲା ଦୁଷ୍କର୍ମର ଶିକାର ।

ଏହିଭଳି ଘଟଣା ଘଟିଛି ହରିୟାଣାର ହିସାରରେ । ନାବାଳିକାଙ୍କ ବାପା-ମାଆ ମଲାପରେ ଦାଦା-ଖୁଡ଼ିଙ୍କ ପାଖରେ ରହୁଥିଲେ । କିନ୍ତୁ ସେ ସ୍ଥାନ ଯେ ତା ପାଇଁ ସୁରକ୍ଷିତ ନୁହେଁ କିଏ ଜାଣିଥିଲା । ନିଜ ଦାଦାପୁଅ ଏଭଳି କାମ କରିବ କଣ ଜାଣିଥିଲା । ନାବାଳିକା ଦାଦାପୁଅ ନାଁରେ ଥାନାରେ ମାମଲା ଦାୟର କଲାପରେ ଏହିଭଳି ଘଟଣା ପଦାକୁ ଆସିଛି ।

ନାବାଳିକା ବାରମ୍ବାର ଦୁଷ୍କର୍ମରେ ଶିକାର ହେବାପରେ କାହାକୁ କିଛି କହିପାରୁ ନଥିଲା । ନିଜ ଦାଦାପୁଅ ଏହିଭଳି କାମ କରିଥିବା କଥା ମଧ୍ୟ ଲୋକ ଲଜ୍ୟା କାରଣରୁ ପ୍ରଘଟ ହୋଇଯିବା କାରଣରୁ ଜଣାଇ ନ ଥିଲା । ଏହି ଘଟଣାକୁ କାହା ଆଗରେ କହିଲେ ଜୀବନରୁ ମାରିଦେବାକୁ ନାବାଳିକାଙ୍କ ଦାଦାପୁଅ ଧମକ ଦେଇଥିଲା । ନାବାଳିକା ଆଠମାସର ଗର୍ଭବତୀ ହେବା ପରେ ଏହି ଘଟଣା ସମସ୍ତଙ୍କ ସାମନାକୁ ଆସିଥିଲା ।

ଏ ବାବଦରେ ମହିଳା ହେଲ୍ପଲାଇନ ନାବାଳିକାକୁ ସାହାର୍ଯ୍ୟର ହାତ ବଢ଼ାଇଥିଲା । ନାବାଳିକା ଆଠମାସର ଗର୍ଭବତୀ ହେବା ଘଟଣାରେ ପୋଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି ।

ନାବାଳିକାଙ୍କୁ ଦାଦାପୁଅ ସବୁବେଳେ ଦୁଷ୍କର୍ମ କରୁଥିବାର ଅଭିଯୋଗ ଆଣିଛନ୍ତି । ବର୍ଷେ ପାଖାପାଖି ହେବ ନାବାଳିକାଙ୍କୁ ଏହିଭଳି ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗ ଆଣିଛନ୍ତି ଥାନାରେ । ଏହି ସଂପର୍କ ରଖିବା କଥା କାହାକୁ କହିଲେ ଜୀବନରୁ ମାରିଦେବା କଥା ଧମକ ଦଉଥିଲେ ବୋଲି ପୋଲିସ ଆଗରେ କହିଛନ୍ତି ନାବାଳିକା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.