ନାବାଳିକା ଝିଅକୁ ଜବରଦସ୍ତ ନୋଟାରିରେ ବିବାହ କରାଇଲେ ବାପା ; ଶିଶୁ ସୁରକ୍ଷା ଅଧିକାରୀଙ୍କ ପାଖରେ ଅଭିଯୋଗ ଆଣିଲା ଝିଅ
20/11/2018 at 10:46 AM

କେନ୍ଦ୍ରାପଡା ୨୦|୧୧: ନାବାଳିକା ଝିଅକୁ ଜବରଦସ୍ତ ନୋଟାରିରେ ବିବାହ କରାଇ ବାପା ଚର୍ଚ୍ଚାରେ । କେନ୍ଦ୍ରପଡା ଜିଲ୍ଲା ଗାଙ୍ଗପଡ଼ା ଗାଁର ବିଶ୍ବମ୍ବର ପଣ୍ଡାଙ୍କ ନାଁରେ ଅଭିଯୋଗ । ଗତ ୧୨ ତାରିଖରେ ପଟ୍ଟାମୁଣ୍ଡାଇ ନୋଟାରିରେ ସାନମାଙ୍ଗ ଗାଁର କୁମାର ଗୌରବ ଦାସଙ୍କ ସହିତ ବାହାଘର କରାଇ ଦେଇଛନ୍ତି ବାପା । ତେବେ ବୈଦିକ ରୀତିରେ ଆସନ୍ତା ଡିସେମ୍ବର ୨ତାରିଖରେ ବିବାହ ତାରିଖ ସ୍ଥିର ହୋଇଛି । ନୋଟାରିରେ ବିବାହ କରିବାକୁ ନେଇ ନାବାଳିକା ଝିଅ ପ୍ରତିବାଦ କରିଥିଲେ । ଶିଶୁ ସୁରକ୍ଷା ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି ନାବାଳିକା। ଖୋଳତାଡ ହେବା ପରେ ନାବାଳିକାଙ୍କ ବାପା ବିଶ୍ବମ୍ବର ପଣ୍ଡା ସ୍ବୀକାର କରିବା ସହ ସଫେଇ ଦେବାକୁ ଚେଷ୍ଟା କରିଛନ୍ତି । ତେବେ ଶିଶୁ ସୁରକ୍ଷା ଅଧିକାରୀ ପଟ୍ଟାମୁଣ୍ଡାଇ ଥାନାରେ ନିଜ ତରଫରୁ ଲିଖିତ ଅଭିଯୋଗ କରିଛନ୍ତି । ଏହା ପରେ ପଟ୍ଟାମୁଣ୍ଡାଇ ପୋଲିସ ତଦନ୍ତ ଆରମ୍ଭ କରିଛି।