ନାବାଳିକାକୁ ଘରୁ ଉଠାଇନେଲା ଯୁବକ : ନା ମାନେ ନା
10/05/2018 at 12:15 PM

ନବମ ଶ୍ରେଣୀର ପାଠ ପଢ଼ୁଥିବା ଜଣେ ନାବଳିକାକୁ ଘରୁ ଉଠାଇ ନେଲା ଯୁବକ। ପୁରୀ ସଦର ଚନ୍ଦନପୁର ଥାନା ଅନ୍ତର୍ଗତ ଦାଶଗୋବା ଗ୍ରାମରୁ ଆସଛି ଏଭଳି ସଂଗୀନ ଅଭିଯୋଗ। ଏନେଇ ପରିବାର ଲୋକେ ଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ନାବଳିକାକୁ ଉଦ୍ଧାର କରି ପାରି ନାହିଁ। ଅନ୍ୟପଟେ ଘଟଣାକୁ ୪ ଦିନ ବିତିଯାଇଥିବା ବେଳେ ନାବାଳିକାର ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ଲୋକ। ଆସନ୍ତୁ ଦେଖିବା ନ୍ୟୁଜ୭ ର ଏକ୍ସକ୍ଲ୍ୟୁସିଭ ରିପୋର୍ଟ। ଘରେ ପଶି ନାବଳିକାକୁ ଉଠାଇନେଲା ଯୁବକ। ପୁରୀ ସଦର ଚାଳିଶିବାଟିଆ ପଞ୍ଚାୟତ ଅଧିନ ଦାସଗୋବା ଗ୍ରାମର ଘଟିଛି ଏଭଳି ଘଟଣା। ଏ ହେଉଛନ୍ତି ଅପହରଣ ହୋଇଥିବା ନାବାଳିକାର ବାପା,ମା । ଗତ ୬ ତାରିଖ ସଂନ୍ଧ୍ୟାରେ ତାଙ୍କ ନାବଳିକା ଝିଅକୁ ସେହି ଗ୍ରାମର ନୀଳମଣି ପଣ୍ତାଙ୍କ ପୁଅ ପ୍ରଭାସ ପଣ୍ତା ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ବର୍ଷେ ତଳେ ପ୍ରଭାସଙ୍କ ଭଉଣୀ ଓ ଭିଣୋଇ ବିବାହ ପ୍ରସ୍ତାବ ନେଇ ନାବଳିକାଙ୍କ ଘରକୁ ଆସିଥିଲେ। ନାବଳିକା ଜଣକ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବାରୁ ପରିବାର ଲୋକେ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ। ତେବେ ବିବାହ ନଦେଲେ ଘରେ ପଶି ଝିଅକୁ ଉଠାଇ ନେବୁ ବୋଲି ପ୍ରଭାସଙ୍କ ପରିବାର ଲୋକେ ଧମକ ଦେଇଥିଲେ। ତେବେ ୬ ତାରିଖ ସଂନ୍ଧ୍ୟାରେ ପୁଅର ଦେହ ଖରାପ ହେବାରୁ ଓୌଷଧ ଆଣିବା ପାଇଁ ନାବାଳିକାଙ୍କ ମା ବଜାରକୁ ଯାଇଥିଲେ। ଘରକୁ ଫେରିବା ପରେ ପ୍ରଭାସ ତାଙ୍କ ଝିଅକୁ ଅପହରଣ କରିନେଇଥିବା ଜାଣିବାକୁ ପାଇଥିଲେ। ଏନେଇ ପରିବାର ଲୋକେ ଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ନାବଳିକାକୁ ଉଦ୍ଧାର କରି ପାରିନାହିଁ। ସେପଟେ ପ୍ରଭାସ ନାବଳିକାକୁ ଯେଉଁଠାରେ ରଖିଛି ସେକଥା ନୀଳମଣି ଏବଂ ଥାନା ଅଧିକାରୀ ଜାଣିଛନ୍ତି ବୋଲି ଅଭିଯୋଗ ହୋଇଛି। ଅନ୍ୟପଟେ ପ୍ରଭାସ ର ବାପା ନୀଳମଣି ପଣ୍ତା ସେହି ଥାନାରେ ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଥିବାରୁ ପୋଲିସ ଜାଣି ଶୁଣି ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ତେଣୁ ଥାନାରୁ ନିରାଶ ହୋଇ ଫେରିବା ପରେ ଏବେ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ନାବଳିକାର ପରିବାର ଲୋକେ। ତେବେ ଏ ନେଇ ଆମେ ଚନ୍ଦନପୁର ଥାନା ସହ ଯୋଗାଯୋଗ କରିଥିଲୁ। ସଦର ଏସଡ଼ିପିଓଙ୍କ କହିବା ଅନୁଯାୟୀ ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି। ପ୍ରଭାସ ବିରୁଦ୍ଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି। ଖୁବ୍ ଶୀଘ୍ର ନାବଳିକାକୁ ଉଦ୍ଧାର କରାଯିବ। ଯଦି ଆଇନ ସମସ୍ତଙ୍କ ପାଇଁ ସମାନ ତେବେ ନୀଳମଣି ଓ ତାଙ୍କ ପୁଅ ପ୍ରଭାସ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ କଣ ପାଇଁ। ଏଭଳି କ୍ଷେତ୍ରରେ ନାବଳିକାଙ୍କ ପରିବାରକୁ ଯଦି ନ୍ୟାୟ ନ ମିଳେ ତେବେ ପୋଲିସ ଉପରେ ଜନ ସାଧାରଣଙ୍କ ବିଶ୍ୱାସ ରହିବ ତ ?