ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ: ମନ ଶାନ୍ତି ହେଲାନି ଯେ ଭିଡିଓ ରେକଡିଂ କରି ସୋସିଆଲ ମିଡ଼ିଆରେ କଲେ ଭାଇରାଲ

Published By : Prameya-News7 Bureau | March 04, 2021 IST

ସୀତାମଢି ୦୪/୦୩ : ବିହାର ସୀତାମଢିରୁ ଏକ ଅତ୍ୟନ୍ତ ଘୃଣ୍ୟ ମାମଲା ସାମ୍ନାକୁ ଆସିଛି। ପରିହାର ଥାନା ଅନ୍ତର୍ଗତ ଏକ ଗାଁରେ ଜଣେ ନାବାଳିକାକୁ ସେହି ଗାଁର କିଛି ଯୁବକ ଅପହରଣ କରି ଗଣଦୁଷ୍କର୍ମ କରିଥିଲେ। ଏତିକିରେ ମନ ଶାନ୍ତି ହେଲାନି ଯେ ଘଟଣାର ଭିଡିଓ ରେକଡିଂ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଦେଲେ। ଘଟଣା ସପ୍ତାହେ ପୂର୍ବର।

ମାମଲାକୁ ନେଇ ଗାଁରେ ଯୁବକଙ୍କ ବିରୋଧରେ ପଞ୍ଚାୟତ ବସିଥିଲା କିନ୍ତୁ ଦୋଷୀମାନେ ପଞ୍ଚାୟତ ନିଷ୍ପତ୍ତିକୁ ମାନିବାକୁ ଅସ୍ବୀକାର କରିଦେଲେ। ଏହାପରେ ପୀଡିତାଙ୍କ ପରିବାର ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ମାମଲା ରୁଜ୍ଜୁ କରିଛନ୍ତି। ପୋଲିସ ୪ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ କରି ଯାଞ୍ଚ କରୁଛି। ମାମଲା ରୁଜ୍ଜୁ ପରେ ପୀଡିତାଙ୍କ ମେଡିକାଲ ଯାଞ୍ଚ ପାଇଁ ତାଙ୍କୁ ସଦର ହସ୍ପିଟାଲ ପଠାଯାଇଥିଲା। କୋର୍ଟରେ ପୀଡିତା ନିଜ ସହ ହୋଇଥିବା ଏହି ଅମାନୁଷିକ ଘଟଣାର ବୟାନ ଦର୍ଜ କରିଛନ୍ତି। ଅପରପକ୍ଷରେ ପୀଡିତାଙ୍କ ପରିବାର କହିଛି ଯେ ମାମଲା ରୁଜ୍ଜୁ ପରେ ତାଙ୍କୁ ଲଗାତାର ଧମକ ଦିଆଯାଉଛି। ମାମଲା ନ ଉଠାଇଲେ ଜୀବନରେ ମାରିଦେବାକୁ ତାଙ୍କୁ ଧମକ ଦିଆଯାଉଛି।

ସୀତାମାଢି ଏସପି ଅନିଲ କୁମାର କହିଛନ୍ତି ଯେ ପୀଡିତାଙ୍କୁ ନିଶ୍ଚୟ ନ୍ୟାୟ ମିଳିବ ଏବଂ ପୋକସୋ ଆକ୍ଟ ଅନୁଯାୟୀ ମାମଲାର ଶୁଣାଣି ହେବ। ସୋସିଆଲ ମିଡ଼ିଆରେ ଜାରି ହୋଇଥିବା ଏହି ଭିଡିଓକୁ ପ୍ରସାରିତ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ସୀତାମଢି ଜିଲ୍ଲାରେ ଲଗାତାର ଅପରାଧିକ ମାମଲା ବୃଦ୍ଧି ପାଉଛି। ମହିଳା ଓ ସାମାଜିକ ସଂଗଠନ ସହ ଜଡିତ ଲୋକେ ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯାଉ ବୋଲି ସାମାଜିକ କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି। ମହିଳାଙ୍କ ପ୍ରତି ହେଉଥିବା ଅପରାଧ ମାମଲାରେ ପୋଲିସ ପ୍ରଶାସନ କେବଳ ରୋକ ନ ଲଗାଇ ସ୍ପିଡ଼ ଟ୍ରାଏଲ ମାଧ୍ୟମରେ ଶୀଘ୍ର ଦଣ୍ଡ ଶୁଣାଯାଉ ବୋଲି ମହିଳା ସଂଗଠନ ଓ ସାମାଜିକ କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.