ଅଢ଼େଇ ମାସ ହେଲା ନିଖୋଜ ନାବାଳିକା ଝିଅ; SPଙ୍କ ଦ୍ୱାରସ୍ଥ ହେଲେ ବାପା ମା
17/01/2023 at 8:37 PM

ଖୋର୍ଦ୍ଧା ୧୭/୦୧: ଅଢ଼େଇ ମାସ ପରେ ବି ନିଖୋଜ୍ ଝିଅର ପତ୍ତା ମିଳୁନି। ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ। ଏହି ଅଭିଯୋଗକୁ ପୋଲିସ୍ ଗୁରୁତର ସହ ନନେବାରୁ ନିଖୋଜ ନାବାଳିକାଙ୍କ ବାପା ମା ଗତ କିଛିତଳେ ଥାନା ଆଗରେ ମଧ୍ୟ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। ଏପରି ଏକ ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି। ଶେଷରେ ଝିଅକୁ ଫେରିପାଇବା ଆଶାରେ ମଙ୍ଗଳବାର ଖୋର୍ଦ୍ଧା ଏସପିଙ୍କ ନାବାଳିକାଙ୍କ ବାପା ମା ଦ୍ୱାରସ୍ଥ ହୋଇଛନ୍ତି ଦମ୍ପତ୍ତି।

ଖବର ଅନୁସାରେ, ଗତ ନଭେମ୍ୱର ୨ ରେ ନିଖୋଜ ଝିଅ କଲେଜ୍ ଯାଇ ଆଉ ଫେରିନଥିଲେ। ଫଳରେ ତାଙ୍କ ବାପା ସୁଶାନ୍ତ ପଟ୍ଟନାୟକ ବାଙ୍କୋଇ ଫାଣ୍ଡି ଓ ପରେ ବୋଲଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଝିଅକୁ ଖୋଜିବାରେ ଅବହେଳା କରିବାରୁ ବୋଲଗଡ଼ ଥାନା ଆଗରେ ସୁଶାନ୍ତ ଓ ତାଙ୍କ ସ୍ତ୍ରୀ ଧାରଣା ମଧ୍ୟ ଦେଇଥିଲେ।

ଏହା ପରେ ବି କୌଣସି ସୁଫଳ ନମିଳିବାରୁ ମଙ୍ଗବଳବାର ସେ ଏସ୍ପିଙ୍କୁ କାର୍ଯ୍ୟାଳୟକୁ ଯାଇ ଏନେ ଫେରାଦ ଦେଇଛନ୍ତି। ଅ।ସନ୍ତା ୨୬ ତାରିଖ ମଧ୍ୟରେ ଝିଅ ଘରକୁ ନଫେରିଲେ ସେମାନେ ଆରକ୍ଷି ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଅଭିଯୋଗ ଅନଶନ କରିବେ ବୋଲି ଚେତେବନୀ ଦେଅଛନ୍ତି। ସେପଟେ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ମାଧ୍ୟମରେ ନିଖୋଜ ଝିଅକୁ ଖୋଜୁଛି ବୋଲି ପୋଲିସ ସୂଚନା କହିଛି।