ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଜନ୍ମଦିନ ପାଲଟିଲା ମୃତ୍ୟୁର ଦିନ, ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

29/11/2019 at 8:40 AM

ରାଉରକେଲା ।୧୧: ଏମିତି ବି ଆସେ ମୃତ୍ୟୁ । ପାଳନ ହେବାକୁ ଥିଲା ଜନ୍ମ ଦିନ ହେଲେ ଆଖି ବୁଜିଲେ ହସ୍ପିଟାଲରେ । ପ୍ରସ୍ତୁତ ହୋଇ ସାରିଥିଲା କେକ୍ । ଆଉ କିଛି ସମୟ ପରେ ପାଳନ ହୋଇଥାନ୍ତା ଜନ୍ମଦିନ। ସାଙ୍ଗସାଥୀଙ୍କୁ ଡକା ସରିଥିଲା । ଘର ବାହାରେ ଥିଲେ ଶୁଭେଚ୍ଛା ସହ ପରିବାର ଲୋକେ ।

ସୂଚନାଯୋଗ୍ୟ ଯେ, ରାଉରକେଲା ବନ୍ଧମୁଣ୍ଡା ଥାନା ସି ବ୍ଲକର ଏସ.କେ. ଠାକୁରଙ୍କ ସପ୍ତମ ଶ୍ରେଣୀ ର ପଢ଼ୁଥିବା ୧୩ ବର୍ଷୀୟ ଝିଅ ସଞ୍ଚିତା ଠାକୁର । ହଠାତ୍ ଘର ଭିତରକୁ ଯାଇ ତାଙ୍କ ମା’ ଦେଖିଲା ବେଳକୁ ଭିତରୁ କବାଟ ବନ୍ଦ କରି ରଖିଛି ଝିଅ । ଯେତେ ଡାକିଲେ ବି ଶୁଣିଲାନି। ସନ୍ଦେହ ହେବାରୁ ଝରକା ପଟେ ଦେଖିବାରୁ ପଙ୍ଖାରେ ବେକରେ ରଶି ଲଗାଇ ଝୁଲୁଥିଲା ଝିଅ। ସଂଗେ ସଂଗେ କବାଟ ଭାଙ୍ଗି ରେଳବାଇ ହସ୍ପିଟାଲକୁ ଅଣାଯାଇଥିଲା ସଞ୍ଚିତା ଙ୍କୁ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାସ୍ଥଳର ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି । ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।

   Related Posts