ନାବାଳକ ଭାଇ ରଖିଥିଲା ନାବାଳିକା ଭଉଣୀ ସହ ଅନୈତିକ ସମ୍ପର୍କ : ସ୍କୁଲରେ ଜଣା ପଡ଼ିଲା ଗର୍ଭବତୀ ହେବା ଖବର
11/03/2019 at 7:26 PM

ବେଙ୍ଗାଲୁରୁ ୧୧/୩: ବେଙ୍ଗାଲୁରୁର ଏକ ପ୍ରାଥମିକ ସ୍କୁଲରେ ରୁଟିନ୍ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ଏକ ଲୋମଟାଙ୍କୁରା ଘଟଣା ସାମନାକୁ ଆସିଥିଲା।ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହେବାର ଜଣା ପଡ଼ିଥିଲା। ସୂଚନା ଅନୁସାରେ ବେଙ୍ଗାଲୁରୁର ବିଟ୍ଟଲରେ ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟ ସେବା ସମିତି ଦ୍ବାରା ସେଠାକାର ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ରୁଟିନ୍ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରିବାବେଳେ ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ଥିବା ଜଣା ପଡ଼ିଥିଲା।
ସୂଚନା ଅନୁସାରେ ଏହି ନାବାଳିକା ଛାତ୍ରୀ ସହ ତା’ର ନାବାଳକ ଭାଇ ଦୁଷ୍କର୍ମ କରିଥିଲା ଯାହା ପରେ ଛାତ୍ରୀ ଜଣକ ଗର୍ଭବତୀ ହୋଇ ଯାଇଥିଲା। ଅଜ୍ଞାନତାର ବଶବର୍ତ୍ତୀ ହୋଇ ନାବାଳକ ଭାଇ ତା’ ଭଉଣୀ ସହ ଶାରିରୀକ ସମ୍ପର୍କ ରଖିଥିଲା। ଯେତେବେଳେ ସେମାନେ ଏହାର ପରିଣାମ ବିଷୟରେ ଜାଣି ପାରିଥିଲେ ଭୟଭୀତ ହୋଇ କାହାକୁ କହିନଥିଲେ।କିନ୍ତୁ ସ୍କୁଲରେ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ଏହା ଜଣାପଡ଼ିଯାଇଥିଲା।
ବେଙ୍ଗାଲୁରୁରେ ସ୍କୁଲ ମାନଙ୍କରେ ଛାତ୍ରଛାତ୍ରୀଙ୍କ ପାଇଁ ନିୟମିତ ଭାବେ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ।ଯାହା ଫଳରେ ଶିକ୍ଷକ ଏବଂ ଅଭିଭାବକଙ୍କୁ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ବିଷୟରେ ଅବଗତ କରାଯାଇଥାଏ।