ଆବାସିକ ସ୍କୁଲରେ ଲଜ୍ଜା, ହଷ୍ଟେଲରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀ ଜନ୍ମ ଦେଇଛନ୍ତି ଶିଶୁ କନ୍ୟା: ପ୍ରଶ୍ନ ଉଠୁଛି ଏଥିପାଇଁ ଦାୟୀ କିଏ ?

Published By : Prameya-News7 Bureau | January 13, 2019 IST

ଦାରିଙ୍ଗବାଡି ୧୩/୧ : ଆବାସିକ ସ୍କୁଲରେ ଲଜ୍ଜା | କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗ୍ରୀନବାଡୀ ଆବାସିକ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି | ହଷ୍ଟେଲରେ ରହୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଜଣେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି | ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି | ଜିଲ୍ଲା ମଙ୍ଗଳ ବିଭାଗ ପରିଚାଳନା କରୁଥିବା ଏହି ସ୍କୁଲରେ ସ୍ଥାନୀୟ ଲୋକ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି | ପ୍ରଧାନ ଶିକ୍ଷୟତ୍ରୀଙ୍କ ସହ ଯୋଗାଯୋଗ ନହୋଇପାରିବାରୁ ଉତ୍ୟକ୍ତ ଲୋକେ ହାଟେଲ ଭିତରକୁ ଧସେଇ ପଶିଥିଲେ | ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ଥିବାରୁ ସ୍କୁଲ ଭିତରେ ପୋଲିସ ମୁତୟନ କରାଯାଇଛି | ତେବେ ଏଠାରେ ପ୍ରଶ୍ନ ଉଠୁଛି ଜଣେ ନାବାଳିକା ଏଭଳି ଲଜ୍ଜାର ଶିକାର କେମିତି ହେଲେ ? ଏଥିପାଇଁ ଦାୟୀ କିଏ ? ଏତେ ଦିନ ଯାଏଁ ହଷ୍ଟେଲ; ୱାଡେନ ଜାଣିପାରିଲେଣି କିପରି ? ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ ପାଇଁ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ଅଛି କି ? ନାବାଳିକା ଶିଶୁ କନ୍ୟାକୁ ଜନ୍ମ ଦେବାପରେ ଏହିସବୁ ପ୍ରଶ୍ନ ସୃଷ୍ଟି ହୋଇଛି | ସବୁଠାରୁ ବିଡମ୍ବନାର ବିଷୟ ହେଉଛି ଆବାସିକରେ ସ୍କୁଲରେ ଘଟିଛି ଏଭଳି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି |

{"id":73370}


ସୂଚନାଯୋଗ୍ୟ ଯେ, ଦାରିଙ୍ଗବାଡି ବ୍ଲକର ଗ୍ରୀନବାଡ଼ି ମଙ୍ଗଳ ବିଭାଗ ପରିଚାଳିତ ଆବାସିକ ସ୍କୁଲ ହଷ୍ଟେଲରେ ଗତକାଲି ରାତିରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ | ଖବର ପ୍ରଚାରିତ ହେବାପରେ ଷଡ଼ଠାନୀୟ ଲୋକେ ହଷ୍ଟେଲ ସମ୍ମୁଖରେ ଜମା ହୋଇ ଘଟଣା ସମ୍ପର୍କରେ ପଚାରିଥିଲେ | କିନ୍ତୁ କେହି ଗେଟ ଖୋଲିନଥିଲେ | ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଫୋନ କରିବାରୁ ତାଙ୍କ ଫୋନ ବନ୍ଦ ଥିବା ଜଣାପଡିଥିଲା | ଏଥିରୁ ଉତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ ଗେଟ ଭିତରକୁ ଧସେଇ ପଶିଥିଲେ | ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ଆୟତ୍ତ କରିଥିଲା | ହଷ୍ଟେଲରେ ଜଣେ ନାବାଳିକା ଛାତ୍ରୀ ଶିଶୁ ଜନ୍ମ ଦେଇଥିବା ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି |

{"id":73371}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.