oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଭଉଣୀ-ଭିଣୋଇଙ୍କ ସହ ବୁଲିବାକୁ ଯାଇଥିବା ନାବାଳିକାକୁ ଉଠେଇନେଲେ ୫ ଯୁବକ: ଉଲଗ୍ନ କରି ଫଟୋ ଉଠାଇଲେ, ଗଣଦୁଷ୍କର୍ମ କରିବା ପୂର୍ବରୁ ଉଦ୍ଧାର କଲେ ସ୍ଥାନୀୟଲୋକେ

14/05/2019 at 6:41 PM

ମହାକାଳପଡା ୧୪|୫: କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ବତିଘର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି ।ଭଉଣୀ-ଭିଣୋଇଙ୍କ ସହ ମଟରସାଇକଲରେ ଯାଉଥିବା ଜଣେ ନାବାଳିକାକୁ ୫ଜଣ ମଦ୍ୟପ ଯୁବକ ଉଠାଇନେଇ ଦୁଷ୍କର୍ମ ଉଦ୍ୟମ କରିବା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।

ସୂଚନାଯୋଗ୍ୟ ଯେ, ଗତକାଲି କାଲି ସଂଧ୍ୟା ସମୟରେ  ଜଣେ ନାବାଳିକା  ତାର ଭଉଣି ଭଣେଇ ସହିତ ବତିଘର ଲାଇଟ ହାଉସ ନିକଟ ରାସ୍ତାରେ ମଟର ସାଇକଲରେ ଯାଉଥିଲେ । ଲଂଚ୍‌ ଘାଟ ନିକଟରେ  ନିଛାଟିଆ ସ୍ଥାନରେ ସେହି ଅଂଚଳର ୫ଜଣ ଯୁବକ ବସି ମଦ୍ୟପାନ କରୁଥିଲେ । ଏହି ଯୁବକମାନେ ଭିଣୋଇଙ୍କ ଗାଡି ଅଟକାଇ ତାଙ୍କୁ ଅତର୍କିତଭାବେ ନିସ୍ତୁକ ମାଡ ମାରିଥିଲେ । ଏଥିରେ ଭିଣୋଇ ଜଣକ ଅଚେତ ହୋଇଯାଇଥିଲେ । ଏହାର ସୁଯୋଗ ନେଇ ମଦ୍ୟପ ଯୁବକମାନେ ନାବାଳିକାଙ୍କୁ ନିକଟସ୍ଥ ଜଙ୍ଗଲ ଭିତରକୁ ଟେକି ନେଇଥିଲେ । ନାବାଳିକଙ୍କ ବଡ ଭଉଣୀ ଯୁବକଙ୍କ ପିଚ୍ଛା କରିଥିଲେ । ତେବେ ଜଂଗଲ ମଧ୍ୟରେ ମଦ୍ୟପମାନେ ନାବାଳିକଙ୍କୁ ଉଲଗ୍ନ କରି  ଭିଡଓ ଉତ୍ତୋଳନ କରିଥିଲେ । ଭିଡିଓ ଭାଇରାଲ କରିଦେବାର ଧମକ ଦେଇଥିଲେ ।

ସାନ ଭଉଣୀକୁ ମଦ୍ୟପଙ୍କ କବଳରୁ  ଉଦ୍ଧାର କରିବା ପାଇଁ ବଡଭଉଣୀ  ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଏହି ଯୁବକମାନେ ନିସ୍ତୁକ ମାଡ ମାରିବା ସହିତ ଅସଦାଆଚରଣ କରିଥିଲେ । ଏମାନଙ୍କ ଚିତ୍କାର ଶୁଣି କିଛି ସ୍ଥାନୀୟ ଲୋକ ସେଠାରେ ରୁଣ୍ଡ ହେବାରୁ ଦୁର୍ବୃତ୍ତମାନେ ସେ ସ୍ଥାନ ଛାଡି ପଳାଇ ଯାଇଥିଲେ ।

ସ୍ଥାନୀୟ ଲୋକେ ନାବାଳିକା ଓ ତାଙ୍କ ବଡ ଭଉଣୀଙ୍କୁ ଉଦ୍ଧାର କରିଥିଲେ ।  ନାବାଳିକାଂକୁ ଉଦ୍ଧାର କରି ବତୀଘର ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।  ଆଜି ଜମ୍ବୁ ଥାନାରେ ନାବାଳିକା ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

 ନାବାଳିକା ଜଣେ ଦୁର୍ବୃତ୍ତକୁ ଚିହ୍ନି ଥିବାର କହିଛନ୍ତି । ଦୁର୍ବୃତ୍ତମାନେ ବତିଘର ଗ୍ରାମରର ବୋଲି ନାବାଳିକା କହିଛନ୍ତି ।    

   Related Posts