Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁଣି ଜଣେ ନବମଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ; ୬ ଅଭିଯୁକ୍ତ ଗିରଫ

6/05/2018 at 1:33 PM

ପୁଣି ଜଣେ ନବମଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମର ଶିକାର ହେବାକୁ ପଡିଛି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ଶାସନ ଗାଁରେ। ନାବାଳିକା ଜଣକ ଘରୁ ଦୋକାନକୁ ଯାଉଥିବା ବେଳେ ପ୍ରଥମେ ସେହି ସ୍କୁଲ୍‌ର ଜଣେ ଦଶମଶ୍ରେଣୀ ଛାତ୍ର ତାକୁ ବଳପୂର୍ବକ ନେଇ, ସ୍କୁଲ୍‌ ବାରଣ୍ଡାରେ ଦୁଷ୍କର୍ମ କରିଥିଲା। ଏହି ସମୟରେ ସେହି ଗାଁର ଅନ୍ୟ ଦୁଇଜଣ ଯୁବକ, ମାତାଲ ଅବସ୍ଥାରେ ସାହିରାସ୍ତା ଦେଇ ଯାଉଥିବା ବେଳେ, ନାବାଳିକା ସେମାନଙ୍କ ହାବୁଡରେ ପଡିଯାଇଥିଲା। ସେମାନେ ନାବାଳିକାକୁ ରାସ୍ତାରୁ ଉଠାଇ ନେଇ, ନିକଟସ୍ଥ ଜଙ୍ଗଲରେ ଦୁଇଘଣ୍ଟା ଧରି ଧର୍ଷଣ କରିଥିଲେ। ଏହାପରେ ସେମାନଙ୍କ ଠାରୁ ଖବର ପାଇ ଆଉ,ତିନିଜଣ ସେହି ଜଙ୍ଗଲିଆ ସ୍ଥାନରେ ପହଞ୍ଚି, ନାବାଳିକାକୁ ଜଣକପରେ ଜଣେ ଧର୍ଷଣ କରିଥିବା, ଶାସନ ଥାନାରେ ପୀଡିତା ଲିଖିତ ଅଭିଯୋଗ କରିଛନ୍ତି। ସଂନ୍ଧ୍ୟା ୫ଟାରୁ ରାତି ୧ଟା ପର୍ଯ୍ୟନ୍ତ, ଏହି ୬ଜଣ ଦୁର୍ବୁର୍ତ୍ତ, ନାବାଳିକା ଜଣକୁ ବାରମ୍ବାର ଧର୍ଷଣ କରିବା ସହ, ମୁର୍ମୁଷୁ ଅବସ୍ଥାରେ ସାହି ଜଙ୍ଗଲିଆ ରାସ୍ତାରେ ଛାଡି ଚାଲିଯାଇଥିଲେ। ଗୁରୁବାର ସାରା ରାତି, ନାବାଳିକାର ପରିବାର ତାକୁ ଖୋଜାଖୋଜି କରିଥିଲେ ମଧ୍ୟ କେଉଁଠି ପାଇନଥିଲେ। ଶାକ୍ରବାର ସକାଳେ ନାବାଳିକା ଜଣକ ଗୁରୁତର ଅବସ୍ଥାରେ ଘରେ ପହଞ୍ଚିବା ପରେ,ସମସ୍ତ ଘଟଣା କହିଥିଲା। ଏହାପରେ ପରିବାର ଲୋକ,ନାବାଳିକାକୁ ନେଇ, ଶାସନଥାନାକୁ ଯାଇଥିଲେ। ହେଲେ ପୋଲିସ୍‌ ମାମଲାକୁ ଗୁରୁତର ସହ ନନେବାରୁ, ନାବାଳିକାର ପରିବାର ଲୋକମାନେ, ଏସ୍‌ପିଙ୍କୁ ଦେଖା କରିବାକୁ ଚାହିଁଥିଲେ। ପରେ ଶାସନଥାନା ପୋଲିସ୍‌ ମାମଲା ଦାୟର କରି, ଏହି ଧର୍ଷଣ ମାମଲାରେ ସଂପୃକ୍ତ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ହେଲେ ଏହି ଘଟଣା ସମ୍ବଲପୁର ସମେତ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ନାବାଳିକା ସ୍କୁଲ୍‌ ଛାତ୍ରୀଙ୍କୁ ସାରା ରାତି ଗଣଧର୍ଷଣର ଶିକାର ହେବାର ମୁଖ୍ୟ କାରଣ ନିଶା ବୋଲି ମତ ପ୍ରକାଶ ପାଇଛି। ମାତାଲ ଅବସ୍ଥାରେ ଥିବା ଯୁବକ ମାନେ, ହିଁ ଏଭଳି ଘଟଣା ଘଟାଇଥିବାରୁ, ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ମଦନିତୀ ହିଁ ଦାୟୀ ବୋଲି ମହିଳା ମାନେ କହିଛନ୍ତି। ଏହି ଘଟଣା ପରଠାରୁ ନାବାଳିକାର ପରିବାର ଗାଁ ଛାଡି ଅନ୍ୟ କେଉଁଠାକୁ ଚାଲିଯାଇଥିବା ବେଳେ, ଶାସନଥାନା ଆଇଆଇସି ମଧ୍ୟ ମୁଁହ ଖୋଲୁ ନାହାଁନ୍ତି। ତେଣୁ ପ୍ରଶ୍ନ ଉଠୁଛି, କେବେ ବନ୍ଦ ହେବ ଏହି ନିର୍ଯ୍ୟାତନା,କେବେ ବନ୍ଦ ହେବ ଦୁଷ୍କର୍ମ,…

Leave a Reply

   Related Posts