ରାଉରକେଲା ବେଦବ୍ୟାସ ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ; ୩ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା
16/10/2018 at 10:43 AM

ସୁନ୍ଦରଗଡ ୧୬|୧୦: ରାଉରକେଲାରେ ପୁଣି ଲଜ୍ଜା । ବ୍ରାହ୍ମଣୀତରଙ୍ଗ ଥାନା ବେଦବ୍ୟାସ ଅଞ୍ଚଳର ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଆରଜିଏଚରେ ଭର୍ତ୍ତି କରାଯାଇଛି । ଗତ ୧୩ ତାରିଖ ସଂଧ୍ୟାରୁ ନାବାଳିକା ଜଣକ ବାହାରକୁ ଯାଇ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ନିରାଶ ହୋଇ ଏନେଇ ଥାନାରେ ଏତଲା ଦେଇଥିଲେ । ତେବେ ଗତକାଲି ସଂଧ୍ୟାରେ ନିକଟସ୍ଥ ସ୍କୁଲ ପଛପଟ ବୁଦା ମୂଳରୁ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକେ ଉଦ୍ଧାର କରିଥିଲେ । ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ । ଅଟକ ୩ ଜଣ ଝାରତରଙ୍ଗ ତନ୍ତିତୋଲା ଅଞ୍ଚଳର ବୋଲି ଜଣାପଡିଛି ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023
ଷ୍ଟିୟରିଂ ଫେଲ୍ ମାରିବାରୁ ଓଲଟିଲା ଯାତ୍ରୀବାହୀ ବସ୍, ୧୫ରୁ ଅଧିକ ଆହତ
27 January 2023