ବ୍ରହ୍ମପୁରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ; ଚୋରି କରିବାକୁ ଆସି ନାବାଳିକାଙ୍କୁ ଟେକି ନେଇଥିଲେ ଦୁର୍ବୃତ୍ତ
1/11/2018 at 8:53 AM

ଗଞ୍ଜାମ ୧|୧୧: ବ୍ରହ୍ମପୁରରେ ୮ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଘରୁ ଟେକି ନେଇ ୩ ଜଣ ଦୁଷ୍କର୍ମ କରିଥିବା ପରିବାରଲୋକ ଅଭିଯୋଗ ଆଣିଛନ୍ତି । ପୋଲସରା ବାଲିଛାଇ ଫାଣ୍ଡି ଅନ୍ତର୍ଗତ ହାତୀଓଟ ପଂଚାୟତର ଧୋୟାକଣା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନା ଅନୁସାରେ ପୋଲସରା ବାଲିଛାଇ ଫାଣ୍ଡି ଅନ୍ତର୍ଗତ ହାତୀଓଟ ପଂଚାୟତର ଧୋୟାକଣା ଗାଁରୁ ଚୋରୀ କରିବା ପାଇଁ ପାଇଁ ଆସିଥିଲେ କିଛି ଦୁର୍ବୃତ୍ତ । ଜଣେ ବ୍ୟକ୍ତିଙ୍କ ଘରେ ଚୋରୀ କରିବା ପାଇଁ ପସିଥିଲେ । ମାତ୍ର ସେମାନେ ତାଙ୍କର ୮ବର୍ଷର ନାବାଳିକା ଝିଅକୁ ସେଠାରୁ ଉଠାଇନେଇଥିଲେ । ସେମାନେ ତାଙ୍କୁ ଦୁଷ୍କର୍ମ କରିଥିବା ପରିବାରଲୋକ ଅଭିଯୋଗ କରିଛନ୍ତି । ପରେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ପିଡୀତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଏନେଇ ବାଲିଛାଇ ଫାଣ୍ଡିରେ ପରିବାର ପକ୍ଷରୁ ଏତଲା ଦିଆଯାଇଛି । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।