ମହାରାଷ୍ଟ୍ରରେ ନାବାଳିକା ଦୁଷ୍କର୍ମ ଘଟଣା: ଗୋଟିଏ ଦିନରେ ୮ ଅଭିଯୁକ୍ତକୁ ଗିରଫ କଲା ପୁଲିସ
18/12/2022 at 3:59 PM

ପାଲଘର: ମହାରାଷ୍ଟ୍ର ପାଲଘର ଜିଲ୍ଲାରେ ନାବାଳିକା ଦୁଷ୍କର୍ମ ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ଶୁକ୍ରବାର ଓ ଶନିବାର ମଧ୍ୟ ରାତ୍ରିରେ ଦୀର୍ଘ ୧୨ ଘଣ୍ଟା ଦରି ନାବାଳିକାକୁ ଦୁଷ୍କର୍ମ କରିଥିଲେ। ସମୁଦ୍ରକୂଳିଆ ପରିତ୍ୟକ୍ତ ଘରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏହାପରେ ପୁଣି ତାଙ୍କୁ ସମୁଦ୍ରକୂଳକୁ ନେଇ ସେଠାରେ ମଧ୍ୟ ଦୁଷ୍କର୍ମ କରାଯାଇଥିଲା। ଘଟଣାରେ ୮ ଜଣ ଗିରଫ ହୋଇଥିଲା ପୁଲିସ ସୂଚନା ଦେଇଛି।
ଏହି ଘଟଣରେ ସତପତି ଥାନାରେ ଏକ ମାମଲା ରୁଜୁ ହୋଇଛି। ପାଲଘର ଆଞ୍ଚଳିକ ପୁଲିସ ଷ୍ଟେସନର ପ୍ରବକ୍ତା ସୂଚନା ଦେଇ କହିଛନ୍ତି ଯେ ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଡିସେମ୍ବର ୧୬ ତାରିଖ ରାତି ୮ରୁ ପରଦିନ ସକାଳ ୧୦ ପର୍ଯ୍ୟନ୍ତ ତାଙ୍କ ଉପରେ ଅତ୍ୟାଚାର ହୋଇଥିଲା। ମହିମ ଗାଁରେ ଥିବା ଏକ ପରିତ୍ୟକ୍ତ ବଙ୍ଗଳାରେ ତାଙ୍କ ଉପରେ ଅତ୍ୟାଚାର କରାଯିବା ପରେ ପୁଣି ସମୁଦ୍ରକୂଳରେ ଘାସବୁଦା ପାଖରେ ମଧ୍ୟ ତାଙ୍କ ଉପରେ ଅତ୍ୟାଚାର ହୋଇଥିବା ପୁଲିସ ପୀଡିତା କହିଛନ୍ତି।
ମାମଲାରେ ପୁଲିସ ରବିବାର ୮ ଅପରାଧିକଙ୍କ ଗିରଫ କରିବା ସହିତ ସେମାନଙ୍କ ବିରୋଧରେ ଆଇପିସିର ଅନେକ ଧାରା ଲଗାଇଛି। ଧାରା ୩୭୬(ଡି)-ଗଣଦୁଷ୍କର୍ମ, ୩୬୬ (ଏ)-ନାବାଳିକା କିଣିବା ଅଭିଯୋଗ, ୩୪୧, ୩୪୨,୩୨୩ ପୋକ୍ସୋ ଆକ୍ଟରେ ଧାରା ଲାଗିଛି।