ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ନାବାଳିକାଙ୍କୁ ଦଳି ମାରିଦେଲା ଦନ୍ତା, ରାସ୍ତା ଅବରୋଧ କଲେ ଗ୍ରାମବାସୀ

11/01/2020 at 8:35 AM

ପାଟଣା ୧୧।୧: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଦୁଇ ଦିନ ହେବ ଗୋଠଛଡା ଦନ୍ତାର ଉତ୍ପାତ ଜାରି ରହିଛି। ଏହି ଗୋଠ ଛଡା ଦନ୍ତା ହାତୀ ଏବେ ଉଭୟ ବନ ବିଭାଗ ଓ ଜନ ସାଧାରଣଙ୍କ ନିଦ ହଜାଇ ଦେଇଛି।

ଗତକାଲି ସନ୍ଧ୍ୟାରେ ସାହରପଡା ବ୍ଲକ ତେଣ୍ଡେରା ପଞ୍ଚାୟତ ହରିହରପୁର ଗ୍ରାମରେ ଜଣେ ୧୦ ବର୍ଷର ନାବଳିକାଙ୍କୁ କଚାଡି ମାରିବା ପରେ ମେଦିନିପୁରରେ ଦୁଇଟି ଘର ଓ ଭଣ୍ଡାରିବିଲାରେ ଜଣଙ୍କର ଘର ଭାଙ୍ଗିଦେଇଛି ହାତୀ । ଏଥିସହିତ ଗୁଳୁଦିପଶି ଗ୍ରାମରେ ଦୁଇ ଘର ତୁଳସୀପୁର ଗୋଟିଏ ଘର, ଡୁମୁରିଡିହା ଗ୍ରାମରେ ଗୋଟିଏ ଘରକୁ ହାତୀ ଭାଙ୍ଗି ଧାନ ଚାଉଳ ଖାଇ ନଷ୍ଟ କରିଛି । ଗୋଠ ଛଡା ଦନ୍ତାହାତୀ ଏବେ ଦହିବହାଳି ଗାଁ ନିକଟ ଗୋବରାବେଡା ରିଜର୍ଭ ଫରେଷ୍ଟରେ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ହାତୀ ଘଉଡାଇବା ପାଇଁ ବନ ବିଭାଗ ଉଚିତ୍ ପଦକ୍ଷେପ ନେଉନଥିବା ଲୋକେ ଅଭିଯୋଗ କରିଛନ୍ତି।

ନାବାଳିକାଙ୍କ ମୃତ୍ୟୁ ପ୍ରତିବାଦରେ ୨୨୦ ନମ୍ବର ରାଜପଥ ବଡ଼ବିଲ ନିକଟରେ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ । କ୍ଷତିପୂରଣ ଦାବି ଓ ଘରେ କେହି ନଥିବା ବେଳେ ପୋଲିସ ବଳ ପୂର୍ବକ ଶବ ନେଇଯାଇଥିବା ଅଭିଯୋଗ କରିଛନ୍ତି ଲୋକେ ।

   Related Posts