ପୁଣି ଜଣେ ନାବାଳିକା ହେଲେ ମା ; ଶିଶୁ କନ୍ୟାକୁ ଦେଲେ ଜନ୍ମ
18/01/2019 at 8:28 AM

ଯାଜପୁର ୧୮|୧: ୧୪ ବର୍ଷର ନାବାଳିକା ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍ କଳିଙ୍ଗ ନଗର ଥାନା ବାଘୁଆପାଳ ଗାଁରେ । ଗାଁର ଜଣେ ନାବାଳିକା ଝିଅ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ।

ସୂଚନା ଅନୁସାରେ ରେଲଓ୍ବେ ବିଭାଗରେ ଠିକାଦାର ଭାବେ କାମ କରୁଥିଲେ ପିଣ୍ଟୁ ଜେନା। ଗାଁରେ ପାଣି ଅଭାବ ଥିବାରୁ ପିଣ୍ଟୁକୁ ସଂପୃକ୍ତ ନାବାଳିକା ପାଣି ଯୋଗାଇ ଦେଉଥିଲା । ଏହା ଭିତିରେ ୨ ଜଣଙ୍କ ଭିତରେ ସମ୍ପର୍କ ଗଢ଼ି ଉଠିଥିଲା । ଆଉ ଗର୍ଭବତୀ ହୋଇଥିଲେ ନାବାଳିକା । ଏକଥା ପରିବାର ଲୋକେ ଜାଣିବା ପରେ କଳିଙ୍ଗନଗର ଥାନାରେ ଅଭିଯୋଗ କରିଥିଲେ। ଗତକାଲି ଥାନାରୁ ଫେରିବା ସମୟରେ ବାଟରେ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ନାବାଳିକାକୁ ଦାନଗଦି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇ ଆଡମିସନ କରିଥିଲେ । ସେଠାରେ ନାବାଳିକା ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲା । ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।