ରାଇରଙ୍ଗପୁରରେ ପୋଖରୀରେ ବୁଡି ନାବାଳିକା ମୃତ
20/10/2018 at 4:17 PM

ମୟୁରଭଞ୍ଜ ୨୦|୧୦: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଅଭାବନୀୟ ଘଟଣା । ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ନାବାଳିକାଙ୍କର ମୃତ୍ୟୁ । ମୃତ ନାବାଳିକା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ମୁଣ୍ଢାଠାକୁରା ଗାଁର ଫୁଲ କିସ୍କୁ । ଆଠ ବର୍ଷର ଫୁଲ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲା । ଗୋଡ଼ ଖସି ଯିବାରୁ ସେ ପୋଖରୀ ଭିତରକୁ ଚାଲିଯାଇଥିଲେ । ଫଳରେ ପାଣି ପାଟି ନାକରେ ପସିଯିବାରୁ ବୁଡି ଯାଇଥିଲା ଫୁଲ । ପୋଖରୀ ତୁଠରେ ଥିବା କିଛି ଲୋକେ ସଙ୍ଗେ ସଙ୍ଗେ ନାବାଳିକାକୁ ପୋଖରୀରୁ ଉଦ୍ଧାର କରିଥିଲେ । ସେଠାରୁ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ ନାବାଳିକାକୁ । ତେବେ ଡାକ୍ତର ଫୁଲକୁ ମୃତ ଘୋଷଣା କରିଥିଲେ ।
Related Posts
ମହୁଲ ଗଛରୁ ମିଳିଲା ଯୁବତୀଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ
7 February 2023