suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅପରାଧକୁ ଲାଗୁନି ବ୍ରେକ୍: ୮ ବର୍ଷର ଶିଶୁକୁ ଦୁଷ୍କର୍ମ, ବିରୋଧ କରିବାରୁ ପାଟିରେ ଆଖୁ ପୂରେଇଦେଲା ଅଭିଯୁକ୍ତ

31/10/2020 at 5:15 PM

ସାହାଜାହାନପୁର ୩୧/୧୦ : ଉତ୍ତର ପ୍ରଦେଶ ସାହାଜାହାନପୁରରେ ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଛି। ଶୁକ୍ରବାର ସନ୍ଧ୍ୟାରେ ଘର ବାହାରେ ଖେଳୁଥିବା ଏକ ୮ ବର୍ଷର ଶିଶୁକୁ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଲହୁଲୁହାଣ ଅବସ୍ଥାରେ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଶିଶୁ ବିରୋଧ କରିବାରୁ ଅଭିଯୁକ୍ତ ଅମାନୁଷିକ ଭାବେ ଶିଶୁ ମୁହଁରେ ଆଖୁ ପୁରାଇ ଦେଇଥିଲା।

ଘଟଣା ଖୁଦାଗଞ୍ଜ ଥାନା ଅଞ୍ଚଳରେ ଘଟିଛି। ସୂଚନା ଅନୁଯାୟୀ, ୮ ବର୍ଷର ଶିଶୁ ନିଜ ସାଙ୍ଗମାନଙ୍କ ସହ ଘରଠୁ ଅଳ୍ପ ଦୂରରେ ଖେଳୁଥିଲା। କିଛି ସମୟ ପରେ ଶିଶୁଟି ଅନ୍ୟ ଶିଶୁମାନଙ୍କ ସହ ଧାନ ବିଲକୁ ଚାଲି ଯାଇଥିଲା। ସେଠାରେ ପୂର୍ବରୁ ହିଁ ଉପସ୍ଥିତ ଥିବା ଗାଁର ଅମିତ ନାମକ ଯୁବକ ଶିଶୁକୁ ଜବରଦସ୍ତି ବିଲ ଭିତରକୁ ଟାଣି ନେଲା ଓ ଦୁଷ୍କର୍ମ କରିଥିଲା।ଶିଶୁ ପାଟି କରିବାକୁ ସେ ସେଠାରୁ ଫେରାର ହୋଇଯାଇଥିଲା। ସୂଚନା ପାଇ ଘରଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘରଲୋକ ପୋଲିସକୁ ସୂଚନା ଦେବାପରେ ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଲହୁଲୁହାଣ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲା।

ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ତୁରନ୍ତ ମାମଲା ରୁଜ୍ଜୁ କରି ଅମିତକୁ ଗିରଫ କରିଛି। ଏସପି ଏସ ଆନନ୍ଦ କହିଛନ୍ତି ଯେ, ୮ ବର୍ଷର ଶିଶୁ ସହ ଘଟିଥିବା ଏହା ଏକ ଲଜ୍ଜାଜନକ ଘଟଣା। ପୋଲିସ ଅଭିଯୁକ୍ତ ଅମିତ ବିରୋଧରେ ପୋକସୋ ଆକ୍ଟ ୩୭୬ ଅନୁଯାୟୀ ମାମଲା ରୁଜ୍ଜୁ କରିଛି। 

ଉତ୍ତର ପ୍ରଦେଶରେ ଲଗାତାର ଅପରାଧିକ ମାମଲା ବିରୂଢି ପାଇବାରେ ଲାଗିଛି। ଏନେଇ ବର୍ତ୍ତମାନ ପୋଲିସ ଓ ଆଇନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ବିରୋଧୀ ଏଥିପାଇଁ ବାରମ୍ବାର ସରକାରଙ୍କୁ ଘେରୁଛନ୍ତି।

   Related Posts