ଦୀପାବଳି ରାତିରେ ନିଶାସକ୍ତ ଭାଇ ନିଜ ୧୫ ବର୍ଷ ବୟସ୍କା ଭଉଣୀକୁ କଲା ଦୁଷ୍କର୍ମ : ତା’ପରେ କଣ ହେଲା ଜାଣନ୍ତୁ

Published By : Prameya-News7 Bureau | November 09, 2018 IST

ଗୁରଗାଓଁ ୯/୧୧ : ଦେଶରେ ଦିନକୁ ଦିନ ଦୁଷ୍କର୍ମ ଗଣଦୁଷ୍କର୍ମ ଭଳି ଘଟଣା ବଢ଼ିବାରେ ଲାଗିଛି | ପ୍ରତିଦିନ କେଉଁଠି ନା କେଉଁଠି ମହିଳା, ଯୁବତୀ ଦୁଷ୍କର୍ମର ଶିକାର ହେଉଛନ୍ତି | ଗୁରଗାଓଁରେ ଘଟିଛି ଅଭାବନୀୟ ଘଟଣା | ଦୀପାବଳି ରାତିରେ ଜଣେ ନିଶାସକ୍ତ ଯୁବକ ନିଶାରେ ନିଜ ଭଉଣୀକୁ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି | ସୂଚନାଯୋଗ୍ୟ ଯେ, ଗୁରଗାଓଁର ଫାରୁଖନଗରରେ ଯୁବତୀଙ୍କ ବାପା ତାଙ୍କ ତିନି ଝିଅ ଏବଂ ଗୋଟିଏ ପୁଅ ସହିତ ରହନ୍ତି | ଯୁବତୀଙ୍କ ମା ଗତ କିଛି ବର୍ଷ ହେବ ନିଜର ମାନସିକ ସ୍ଥିତି ହରାଇ କୁଆଡେ ନିଖୋଜ ଅଛନ୍ତି | ଦୀପାବଳି ରାତିରେ ପୂଜା କରି ସାରିବା ପରେ ବାପା ପୁଅ ମିଶିକି ମଦ୍ୟପାନ କଲେ | ମଦ୍ୟପାନ ପରେ ବାପା ଶୋଇବା ପାଇଁ ନିଜ ରୁମକୁ ପଳେଇଥିଲେ | ଏହା ପରେ ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ନିଜ ଭଉଣୀ ରୁମକୁ ପଶିଥିଲା ଏବଂ ଭଉଣୀଙ୍କୁ ଦୁଷ୍କର୍ମ କରିଥିଲା | ଗୁରୁବାର ସକାଳେ ଦଶମ ଶ୍ରେଣୀରେ ପଢ଼ୁଥିବା ୧୫ ବର୍ଷ ବୟସ୍କା ଯୁବତୀ ନିଜ ବାପାଙ୍କୁ ସବୁ କଥା କହିଥିଲେ | ବାପା ଏସବୁ ଶୁଣି ପୀଡିତାଙ୍କୁ ଧରି ସ୍ଥାନୀୟ ଥାନାରେ ପୁଅ ନାଁରେ ଏକ ମାମଲା ରୁଜ୍ଜୁ କରିଥିଲେ | ପୋଲିସ ଅଭିଯୁକ୍ତ ଭାଇକୁ ଗିରଫ କରିଛି | ପୀଡିତାଙ୍କ ଡକ୍ତରୀ ମଇନା କରାଯାଇଥିଲା ଏବଂ ତାଙ୍କ ସହିତ ଦୁଷ୍କର୍ମ ହୋଇଥିବା ରିପୋର୍ଟରେ ସ୍ପଷ୍ଟ ହୋଇଥିଲା | ମାନେଶର ମହିଳା ଥାନାରେ ପୋକସୋ ଆକ୍ଟର ଧାରା ୬ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି | ଥାନା ଅଧିକାରୀ କାନ୍ତା ଯାଦବଙ୍କ କହିବା ଅନୁଯାୟୀ, ଜଣେ ଭାଇ ହୋଇ ନିଜ ଭଉଣୀ ସାଙ୍ଗେ ଏଭଳି ଅମାନୁଷିକ କାର୍ଯ୍ୟ  କିଭଳି କରିପାରେ | ଗୁରୁବାର ହିଁ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା | ଅଭିଯୁକ୍ତ ନିଜ ସପକ୍ଷରେ କହିଥିଲା ଯେ, ସେ ବହୁତ ମଦ ପିଇଦେଇଥିଲା ଏବଂ ହୋସରେ ନଥିଲା | ଅଭିଯୁକ୍ତକୁ କୋର୍ଟ ଚାଲାଣ ପରେ ବିଚାର ବିଭାଗୀୟ ହେପାଜତକୁ ପଠାଇଦିଆଯାଇଛି | ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.