ଟିଉସନ ଗଲାବେଳେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ : ନା ମାନେ ନା
12/06/2018 at 9:18 AM

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ | ଧରା ପଡିଲା ଅଭିଯୁକ୍ତ | ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଜୟପୁର ଗାଁରେ | ଜଣେ ନବମ ଶ୍ରେଣୀ ଛାତ୍ରୀ ପାଠ ଗାଁକୁ ଟିଉସନ ଯାଉଥିବା ବେଳେ କାମୁକ ନଜର ପଡିଥିଲା ତାଙ୍କ ଉପରେ | ଏକ ମନ୍ଦିର ନିକଟରେ ୩ ଜଣ ଯୁବକ ମଦ ପିଉଥିବା ବେଳେ ଛାତ୍ରୀଙ୍କୁ ଅଟକାଇ ଅସଦାଚରଣ କରିଥିଲେ | ଉମ ଶଙ୍କର ଚୌଧରୀ ନାମକ ଜଣେ ଯୁବକ ନାବାଳିକାକୁ ଜଙ୍ଗଲକୁ ଟେକି ନେଇଥିଲା | ସେଠାରେ ନାବାଳିକା ସହ ଦୁଷ୍କର୍ମ ଉଦ୍ୟମ କଲାବେଳେ ଚିତ୍କାର କରି ନାବାଳିକା ଜଣକ ସାହାଯ୍ୟ ମାଗିଥିଲେ | ପାଟି ଶୁଣି ଗାଁ ଲୋକ ରୁଣ୍ଡ ହୋଇଯାଇଥିଲେ | ଗାଁ ଲୋକେ ନାବାଳିକାକୁ ଉଦ୍ଧାର କରି ଅଭିଯୁକ୍ତକୁ କାବୁ କରିଥିଲେ | ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତକୁ ଗିରଫ କରିଛି |