Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ପୁଣି ଅସଦାଚରଣର ଶିକାର ନାବାଳିକା : ନା ମାନେ ନା

30/05/2018 at 11:20 AM

ନାବାଳିକାକୁ ଅସଦାଚରଣ ଘଟଣାର ୧୫ ଦିନ ପରେ ମଧ୍ୟ ପୋଲିସର ହାତ ଖାଲି । ଏ ଯାଏଁ ଅଭିଯୁକ୍ତକୁ ଧରିବାରେ ପୋଲିସ ବିଫଳ ହୋଇଛି । ନୟାଗଡ ସଦରଥାନା ବୋଦାପଡା ଅଞ୍ଚଳରେ ଗତ ୧୫ ତାରିଖରେ ୧୩ ବର୍ଷର ନାବାଳିକା ଜଣଙ୍କୁ ଗଁ।ର ଶ୍ରୀକାନ୍ତ ପରିଡା ଅସଦାଚରଣ କରିଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଥିଲା । ନାବାଳିକାଜଣଙ୍କ ସନ୍ଧ୍ୟାରେ ଟିଉସନ୍ରୁ ଫେରୁଥିବା ସମୟରେ ଗଁ। ଛକରେ ତାକୁ ଅଟକାଇ ତା ସାଙ୍ଗରେ ଗଁ।କୁ ଯିବା ପାଇଁ ଶ୍ରୀକାନ୍ତ କହିଥିଲା । ଜୋରଜବରଦସ୍ତ ନାବାଳିକାର ସାଇକେଲ୍ର ପଛରେ ବସି ଯାଇଥିଲା । ବାଟରେ ନିଛାଟିଆ ଯାଗା ଦେଖି ତାକୁ ପୋଖରୀ ହୁଡା ନିକଟରେ ଥିବା ବୁଦାମୁଳକୁ ଟେକି ନେଇ ଅସଦାଚରଣ କରିଥିଲା । ସେ ସମୟରେ ଏକ ବାଇକରେ ଗଁ।ର ଜଣେ ବ୍ୟକ୍ତି ଆସିବାରୁ ଶ୍ରୀକାନ୍ତ ଘଟଣାସ୍ଥଳରୁ ପଳାଇଯାଇଥିଲା । ନାବାଳିକା ଘରକୁ ଯାଇ ତାର ମାକୁ ସବୁକଥା କହିଥିଲା । ନାବାଳିକାର ମା ଶ୍ରୀକା’ଙ୍କ ଘରକୁ ଯାଇ ପଚାରିବା ସମୟରେ ସମ୍ପର୍କୀୟ ରଙ୍କନିଧି ଷଣ୍ଢ ତାଙ୍କୁ ଅଶ୍ଳିଳ ଭାହାରେ ଗାଳି କରିବା ସହ ମାଡ ମାରିଥିଲେ । ରାତିରେ ନାବାଳିକର ମା ଏ ସମ୍ପର୍କରେ ସଦରଥାନାରେ ଅଭିଯୋଗ କରିଥିଲେ । ହଲେ ଲୋକଲଜ୍ଜା ଭୟରେ ଏ ସମ୍ପର୍କରେ ଗଣମାଧ୍ୟମକୁ ଜଣାଇନଥିଲେ । ପୋଲିସ ମଧ୍ୟ ଘଟଣାକୁ ଚପାଇ ରଖିଥିଲା । ତବେ ଏହା ଭିତରେ ୧୫ ଦିନ ବିତିଯାଇଥିବାବଳେ ପୋଲିସ ବିଭିନ୍ନ ଚାପରେ ଦୁଇ ଅଭିଯୁକ୍ତଙ୍କୁ ଧରୁନଥିବାରୁ ପରିବାର ଲୋକ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି । ଏପରିକି ଅଭିଯୁକ୍ତକୁ ଖୋଜିବା ପାଇଁ ଗାଡିରେ ତେଲ ପକାଇବାକୁ ତାଙ୍କ ଝିଅଠାରୁ ୧୦୦୦ ଟଙ୍କା ପୋଲିସ ନେଇଛି ବୋଲି ନାବାଳିକାର ଅଜା ଅଭିଯୋଗ କରିଛନ୍ତି । ସେପଟେ ଅଭିଯୋଗ ପରେ ମାମଲାରୁଜୁ କରାଯାଇ କୋର୍ଟରେ ନାବାଳିକାର ବୟାନ ରେକର୍ଡ କରାଯାଇଛି ଏବଂ ଅଭିଯୁକ୍ତଙ୍କୁ ଅତିଶିଘ୍ର ଗିରଫ କରାଯିବ ବୋଲି ଥନାଅଧିକାରୀ କହିଛନ୍ତି । ରାଜ୍ୟରେ ନାବାଳିକାଙ୍କ ଉପରେ ଅତ୍ୟାଚାର ଦିନକୁଦିନ ବଢୁଥିବା ଯୋଗୁଁ ଗତ କିଛିଦିନ ତଳେ ଡି.ଜି.ପି. ଏଭଳି ଘଟଣାକୁ ରେଡ୍ଫ୍ଲାଗ୍ ଅ’ର୍ଭୁକ୍ତ କରିବା ସହ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦଶେ ଜାରିକରିଥିଲେ । ହଲେ ନୟାଗଡ ସଦର ପୋଲିସ ଏଥିରେ ବିଫଳ ହୋଇଛି ।

Leave a Reply

   Related Posts