ନାବାଳିକାକୁ ଅସଦାଚରଣ କରି ଗାତ ଭିତରକୁ ଫିଙ୍ଗି ଦେଲେ ଦୁର୍ବୁର୍ତ୍ତ : ନା ମାନେ ନା
8/06/2018 at 8:52 AM

ରାଜ୍ୟରେ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ବଢିଚାଲିଥିବା ବେଳେ ପୋଲିସ ବିଭାଗ ରାଜ୍ୟର ବିଭିନ୍ନ ସ୍ତାନରେ ଲୋକଙ୍କୁ ସଚେତନ କରିବା ଲାଗି ପରି ସପ୍ତାହ ପାଳନ କରୁଛି । ହେଲେ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ହେବାର କିନ୍ତୁ ନାଧରୁ ନାହି । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ହାଟପଦା ସାହିରେ ଘଟିଛି ଆଉ ଏକ ଅଭାନିୟ ଘଟଣା । ଏମ.ଭି.୭୦ ଗ୍ରାମର ଜଣେ ୧୬ ବର୍ଷର ନାବାଳିକାଙ୍କୁ ଏମ.ଭି.୬୮ ଗ୍ରାମର ୪ ଜଣ ଯୁବକ ଅସଦାରଚଣ କରୁଥିବା ସମୟରେ ପିଡିତାଙ୍କ ବାପା ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ଯୁବକ ମାନେ ନାବାଳିକାଙ୍କୁ ଏକ ଗାତ ଭିତରେ ଫିଙ୍ଗିଦେଇ ଫେରାର୍ ହୋଇଯାଇଛନ୍ତି । ଘଟଣା ପରେ ନାବାଳିକା ଜଣକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣି ଭର୍ତ୍ତି କରିବା ସହ କାଲିମେଳା ଥାନାରେ ଏତଲା ଦେଇଛନ୍ତି । ପିଡିତାଙ୍କ ସ୍ବାସ୍ଥ୍ୟ ଅବସ୍ତା ଏବେ ଭଲ ରହିଥିବା ଡାକ୍ତର କହିଛନ୍ତି ।