ବିବାହର ପ୍ରଲୋଭନ ଦେଖାଇ ୮ଦିନ ଧରି ନାବାଳିକାକୁ ଦୁଷ୍କର୍ମ : ନା ମାନେ ନା
1/06/2018 at 9:13 AM

ଜଗତସିଂହପୁର ଜିଲା ବାଲିକୁଦା ଥାନା ଅନନ୍ତପୁର ଫାଣ୍ଡି ଅଞ୍ଚଳରେ ଜଣେ ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଜଣେ ଯୁବକ ୮ ଦିନ କାଳ ଦୁଷ୍କର୍ମ କରିବା ପରେ ବିବାହ ନକରି ଛାଡି ଦେଇଛି । ଏ ବାବଦରେ ଅନନ୍ତପୁର ଫାଣ୍ଡିରେ ପିଡିତା ଏତାଲା ଦେଇଥିଲେ ମଧ୍ୟ ପୋଲିସ ମାମଲା ରୁଜୁ ନକରି ଫାଣ୍ଡିର କଙ୍ଗାରୁ କୋର୍ଟ ବସାଇ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିବାର ଅଭିଯୋଗ ହୋଇଛି ।
ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଘରୁ ଡାକି ନେଲା ପ୍ରତାରକ ପ୍ରେମିକ । ୮ ଦିନ କାଳ ଜଣେ ସଂପର୍କୀୟଙ୍କ ଘରେ ରଖିବା ସହ ନାବାଳିକାର ଇଛା ବିରୁଦ୍ଧରେ ତାକୁ ଦୁଷ୍କର୍ମ କରିବା ପରେ ଜଗତସିଂହପୁର ବସ ଷ୍ଟାଣ୍ଡରେ ଛାଡି ପାନ ଆଣିବା ପାଇଁ ଯାଉଛି କହି କେଉ ଆଡେ ଫେରାର ହୋଇଗଲା । ବରଦିଆ ଅଞ୍ଚଳର ଦଇତାରୀ କାଣ୍ଡିଙ୍କ ପୁଅ ଜୀବନ କାଣ୍ଡିଙ୍କ ବିରୁଦ୍ଧରେ ଆସିଛି ଏପରି ଅଭିଯୋଗ । ଶେଷରେ ନିରୁପାୟ ହୋଇ ପିଡିତା ତାର ପରିବାର ସହ ଆସି ସ୍ଥନୀୟ ଅନନ୍ତପୁର ଫାଣ୍ଡିରେ ଏତଲା ଦେବା ପରେ ଫାଣ୍ଡି ଅଧତ୍କାରୀ ଓ ସ୍ଥାନୀୟ ଅଞ୍ଚଳର କତେକ ମୁଷ୍ଟିମେୟ ଲୋକ ଫାଣ୍ଡି ଭିତରେ କଙ୍ଗାରୁ କୋର୍ଟ ବସାଇ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିବା ସହ ଚଳିତ ମାସ ୨୨ ତାରିଖ ମଧ୍ୟରେ ସଂପୃକ୍ତ ଯୁବକକୁ ଡକାଇ ବିବାହ କରାଇ ଦବେ ବୋଲି କହି ଯୁବତୀଙ୍କୁ ଘରକୁ ଫେରାଇ ଦେଲେ । ହେଲେ ନିର୍ଦ୍ଧାରିତ ତାରିଖ ଗଡିଯିବା ପରେ ମଧ୍ୟ ସଂପୃକ୍ତ ଯୁବକ ଧରାଛୁଆ ଦେଇ ନଥିଲା । ଏହି ବାବଦରେ ପୁନର୍ବ।ର ପିଡିତା ଓ ତାଙ୍କ ମାଆ ଫାଣ୍ଡି ଅଧତ୍କାରୀ ଓ ସଂପୃକ୍ତ ମଧ୍ୟସ୍ତୀ ମାନଙ୍କୁ ପଚାରିବାରୁ ସେମାନେ ଆଉ ଧରାଛୁଆ ଦେଉନାହାନ୍ତି । ଫଳରେ ନିରୁପାୟ ହୋଇ ଶେଷରେ ପିଡିତା ଜଗତସିଂହପୁର ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ଏସପିଙ୍କ ନିର୍ଦଶେ ପରେ ବାକିକୁଦା ଥାନା ଅଧତ୍କାରୀ ପିଡିତାଙ୍କୁ ଡକାଇ ଡାକ୍ତରୀ ମାଇନା କରାଇବା ସହ ତଦନ୍ତ ଚଳାଇଥିବା କହିଛନ୍ତି । କଙ୍ଗାରୁ କୋର୍ଟ ବସାଇ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିବା ସଂପୃକ୍ତ ବ୍ୟକ୍ତି ମାନଙ୍କୁ ମଧ୍ୟ ତଦନ୍ତ ପରିସରକୁ ଅଣାଯାଇ ତଦନ୍ତ କରାଯିବ ବୋଲି ସେ କହିଛନ୍ତି |