ନାବାଳିକାକୁ ବାପାଙ୍କ ବନ୍ଧୁର ଯୌନ ନିର୍ଯ୍ୟାତନା
2/06/2018 at 9:55 AM

କେନ୍ଦ୍ରାପଡାରେ ଲଜ୍ୟା ପରେ ଲଜ୍ୟା ନାବାଳିକାକୁ ଦୁର୍ଷ୍କମ ଅଭିଯୋଗ । ଘଟଣା ଘଟିଛି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଅଂଚଳର ଅନୁଆପଡା ଗ୍ରାମରେ । ଗରିବ ପରିବାରର ଫାଇଦା ନେଇ ଅର୍ଥର ପ୍ରଲୋଭନ ଦେଖାଇ .ନାବାଳିକା ବାପା କୁ ନିଷାଶକ୍ତ କରାଇ ଝିଅକୁ ଅନ୍ୟ ଏକ ସମ୍ପ୍ରଦାୟର ବ୍ୟକ୍ତି ଘରକୁ ନେଇ ୨୧ ଦିନ ରଖି ଦୁର୍ଷ୍କମ କରିଥିବାର ଅଭିଯୋଗ ହୋଇଛି । ସେଠାରୁ ନାବଳିକା ଖସିଆସି ଥାନାରେ ଅଭିଯୋଗ କରିଛ’ି । ବାପା ଅନ୍ୟ ମୁଖ୍ୟ ଅଭିଯୁକ୍ତ କୁ ପୋଲିସ ଗିରଫ କରିଛି ।
ସୁପ୍ରିମ ର୍କୋଟର କଡା ଆଇନି ଥିଲେ ମଧ୍ୟ ନାବାଳିକା ଦୁର୍ଷ୍କମ ବଢିଚାଲିଛି । କେନ୍ଦ୍ରାପଡା ସଦର ଥାନା ଅନୁପଡା ଅଂଚଳର ଘଟଣା ୧୭ ବର୍ଷ ର ଝିଅକୁ ଅନ୍ୟ ସର୍ମ୍ପଦାୟ ର ଜଣେ ବ୍ୟକ୍ତି ୨୧ ଦିନ ରଖି ଦୁର୍ଷ୍କମ କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ମୁଷାରଫ ଖାନ ନାବାଳିକା ବାପା ପ୍ରଶନ୍ନ ତ୍ରିପାଠି ଗରିଫ କରିଛି । ନାବାଳିକା ନିଷାଶକ୍ତ ବ୍ୟକ୍ତି ହୋଇଥିବାରୁ ମୁଷାରଫ କହିବା କଥାରେ ପଡିଯାଇଥିଲା ତାହାର ଫାଇଦା ନେଇଥିଲା ମୁଷାରଫ । ଏହାକୁ ନାବାଳିକା ମା ବିରୋଧ କରିବାରୁ ନାବାଳିକା ବାପା ମଧ୍ୟ ମା କୁ ମାଡ ମାରି କେନ୍ଦ୍ରାପଡା ମେଡିକାଲରେ ୨ ଦିନ ଚିକିତ୍ସା ହେଇ ଥିଲା । ଝିଅ ଖସି ଆସି ଥାନାରେ ଅଭିଯୋଗ କରିଥିବା ବଳେ ମା ମଧ୍ୟ ସ୍ବାମିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।
ପୋଲିସ ମୁଶାରଫ ଖାନ ଓ ନାବାଳିକା ବାପା କୁ ଗିରଫ କରି ନାବାଳିକା ର ମାନ୍ୟବର ର୍କୋଟ ନିକଟରେ ୧୬୪ ବୟାନ ରେକର୍ଡ କରିବା ସହିତ ଡାକ୍ତରି ମଇନା କରାଯିବ ।