ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

Published By : Prameya-News7 Bureau | November 26, 2019 IST

ନବରଙ୍ଗପୁର ୨୬।୧୧ : ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ନବରଙ୍ଗପୁରର ଘରୋଇ ସଂସ୍ଥା ଜୀବନ ଆଶା ସଂସ୍ଥାପକଙ୍କ ପୁଅ ବିରୋଧରେ ଅଭିଯୋଗ କରିଛନ୍ତି ସଂପୃକ୍ତ ଛାତ୍ରୀ ।

{"id":190105,"sizeSlug":"large"}

ସୂଚନାଯୋଗ୍ୟ ଯେ, ଖାତିଗୁଡା ଗାଁରେ ଥିବା ଜୀବନ ଆଶା ଛାତ୍ରାବାସରେ ରହି ଛାତ୍ରୀ ଜଣଙ୍କ ନବମ ଶ୍ରେଣୀରେ ପାଠ ପଢୁଥିଲେ । ଗତ ୧୮ ତାରିଖ ଅପରାହ୍ନରେ ଛାତ୍ରୀଜଣଙ୍କ ତାଙ୍କ ରୁମରେ ଡ୍ରେସ୍ ବଦଳାଉଥିବା ବେଳେ ଅଭିଯୁକ୍ତ ଯୁବକ ତାଙ୍କୁ ଅସଦାଚରଣ କରିଥିବା ଛାତ୍ରୀ ଜଣଙ୍କ ଅଭିଯେ।ଗ ଆଣିଛନ୍ତି ।

{"id":190106,"sizeSlug":"large"}

ତେବେ କୌଶଳ କରି ଛାତ୍ରୀ ସେଠାରୁ ଖସି ଆସି ସମ୍ପୃକ୍ତ ଯୁବକଙ୍କ ନାଁରେ ଏତଲା ଦେଇଛନ୍ତି । ପୋଲିସ ନାବାଳିକାଙ୍କୁ ନବରଙ୍ଗପୁର ସିଡବ୍ଲୁସିକୁହସ୍ତାନ୍ତର କରିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.