ମୋବାଇଲ ଚୋରି ପାଇଁ ନାବାଳକଙ୍କୁ ହତ୍ୟା ! ପୋଲିସର ଛାନ୍ଭିନ୍
26/09/2023 at 2:28 PM

ସମ୍ବଲପୁର ୨୬।୦୯ : ସମ୍ବଲପୁର କରମଟୁଲୀ ଅଞ୍ଚଳରେ ଅଘଟଣ । ମୋବାଇଲ ଚୋରି ପାଇଁ ନାବାଳକଙ୍କୁ ହତ୍ୟା । ମୃତକ ହେଲେ କରମଟୁଲୀ ଅଞ୍ଚଳର ଦେବା ଜାମଡିଲିଆ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ସାଙ୍ଗ ହୋଇ ଏକାଠି ମୋବାଇଲ ଚୋରି କରୁଥିଲେ l କୌଣସି କାରଣକୁ ନେଇ ସାଙ୍ଗ ମାନଙ୍କ ମଧ୍ୟରେ ବିବାଦ ହୋଇଥିଲା l ଯେଉଁଥିରେ ୨ ଜଣ ନାବାଳକ ସାଙ୍ଗ ଦେବାକୁ ଏକ ନିଛାଟିଆ ସ୍ଥାନକୁ ଡାକି ନେଇ ନିସ୍ତୁକ ମାଡ଼ ମାରିଥିଲେ l ମାଡ଼ ଖାଇବା ପରେ ଦେବା ଚେତା ଶୂନ୍ୟ ହୋଇପଡ଼ିଥିଲା l ଦେବାର ସାଙ୍ଗ ମାନେ ତାଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l
ସେପଟେ ଘଟଣା ସଂପର୍କରେ ଖବର ପାଇ ପୋଲିସ ମେଡ଼ିକାଲ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା l ଯେଉଁ ନାବାଳକ ମାନେ ମେଡ଼ିକାଲ ଆଣିଥିଲେ , ସେମାନେ ପୋଲିସ ଦେଖି ଫେରାର ମାରିଥିଲେ । କିନ୍ତୁ ପୋଲିସ ତାଙ୍କୁ ଧରି ଏବେ ପଚରା ଉଚରା କରୁଛି l ଏମାନେ ଭିଡ଼ ସ୍ଥାନ ଦେଖି ମୋବାଇଲ ଚୋରି କରନ୍ତି ବୋଲି ପୋଲିସ କହିଛି l